କପିଲଙ୍କ ଶୋକୁ ଫେରିବେ ଡ଼ଃ ଗୁଲାଟି ! ଜାଣନ୍ତୁ କେଉଁ ନାଁରେ ଆସୁଛି ଏହି ଶୋ’...

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୦୩।୦୩: 'ଦି କପିଲ ଶର୍ମା ସୋ' ବନ୍ଦ ହେବା ପରେ ଦର୍ଶକଙ୍କ ନିରାଶ ହୋଇଥିଲେ । ଆଶା ଥିଲା ଏହି ଶୋ ପୁଣି ଛୋଟ ପରଦାକୁ ଫେରିବ । କିନ୍ତୁ କେହି ଆଶା କରି ନଥିଲେ ଏହି ଯୋଡିରେ ପୁରୁଣା ଯୋଡିଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ ।  

{"id":916565,"sizeSlug":"full","linkDestination":"none"}

ଶୁଣିବାକୁ ମିଳୁଛି କି ପୁଣିଥରେ ଏହି ଶୋକୁ ଫେରିବେ ଡ଼ଃ ଗୁଲାଟି । କପିଲ ଶର୍ମାଙ୍କ ସହିତ ଶୋରେ ନଜର ଆସିବେ ସୁନୀଲ ଗ୍ରୋଭର । ପୂର୍ବରୁ ଏହି ଶୋ ଟିଭିରେ ପ୍ରସାରିତ ହେଉଥିଲା । ବର୍ତ୍ତମାନ ଆପଣ ଏହାକୁ OTT ପ୍ଲାଟଫର୍ମରେ ଦେଖିପାରିବେ । ଅନ୍ୟପଟେ ଶୋ’ରେ ଅନେକ ପରିବର୍ତ୍ତନ ହୋଇଥିବା ଜାଣିବାକୁ ମିଳୁଛି ।  

{"id":916566,"width":839,"height":472,"sizeSlug":"full","linkDestination":"none"}

ଖବର ଅନୁଯାୟୀ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ 'ଦ କପିଲ ଶର୍ମା ସୋ' ବନ୍ଦ ହେବା ପରେ ଫ୍ୟାନ୍ସଙ୍କୁ ଲାଗିଥିଲା ଏକ ବଡ ଝଟକା । ତେବେ ଲୋକପ୍ରିୟ ଶୋ ବର୍ତ୍ତମାନ ଆଉ ଏକ ନୂଆ ନାଁରେ ଆସିବାକୁ ଯାଉଛି। ସୁନୀଲ ଗ୍ରୋଭର ଓ କପିଲଙ୍କ ଯୋଡ଼ି ପୁଣିଥରେ ଦର୍ଶକଙ୍କୁ ହସାଇବା ନେଇ ପ୍ରସ୍ତୁତ ରହିଛନ୍ତି । ତେବେ ଶୋରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ।

{"id":916567,"sizeSlug":"full","linkDestination":"none"}

ଏହି ଶୋରେ କିଛି ନୂଆ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ଏହି 'ଶୋ ଦ କପିଲ ଶର୍ମା ସୋ' ପରିବର୍ତ୍ତେ 'ଦ ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ' ନାମରେ ପ୍ରସାରିତ ହେବ ବୋଲି ସୂଚନା ରହିଛି। ଏହା ସହିତ ଏହି ଶୋରେ ସୁନୀଲ ଗ୍ରୋଭର, କୃଷ୍ଣା ଅଭିଷେକ, କିକୁ ସାରଦାଙ୍କ ବ୍ୟତୀତ ଅର୍ଚ୍ଚନା ପୂରନ ସିଂହ ଓ ଚନ୍ଦନ ପ୍ରଭାକରଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।  

You Can Read:

wp:embed {"url":"https://www.prameyanews7.com/ranveer-talks-about-becoming-father-in-anant-radhika-pre-wedding-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ranveer-talks-about-becoming-father-in-anant-radhika-pre-wedding-party/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.