ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦିନ ଦ୍ୱିପ୍ରହରରେ ମହିଳା ବନରକ୍ଷୀଙ୍କ କ୍ୱାର୍ଟରରୁ କଳାକନା ବୁଲେଇଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୧୦ ହଜର ଟଙ୍କା

13/12/2021 at 10:15 PM

ପାଟଣା, ୧୧/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନରେ କାର୍ଯ୍ୟରତ ତୋଣ୍ଡ ବିଟର ମହିଳା ବନରକ୍ଷୀ ପ୍ରଯୁକ୍ତା ଜେନାଙ୍କ ହାତୀ ନୁଟାରେ ଥିବା ଫରେଷ୍ଟ ବିଟ ହାଉସର କ୍ୱାର୍ଟରରୁ ଚୋରି । ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୧୦ ହଜାର ଟଙ୍କା ଚୋରି କରିନେଇଥିବା ଜଣାପଡ଼ିଛି । ଏନେଇ ପ୍ରଯୁକ୍ତା ଜେନା ଘଟଗାଁ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ପୂର୍ବାହ୍ନରେ ପ୍ରଯୁକ୍ତା ଡ୍ୟୁଟି ପାଇଁ ରେଞ୍ଜ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଗେଟ ଚାବିଭାଙ୍ଗି ଘରେ ପଶି ଆଲମୀରା ଭାଙ୍ଗି  ହଳେ ସୁନା କାନ ଫୁଲ, ୨ ମଙ୍ଗଳ ସୂତ୍ର, ୧ ହଳ ସୁନା ଚୁଡ଼ି ଓ ନଗଦ ୧୦ ହଜାର ଟଙ୍କା ସହ ସରକାରୀ କାଗଜ ପତ୍ର ଲୁଟିନେଇଥିବା ଘଟଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

   Related Posts