ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ସୁନା ଓ ରୂପା ଗହଣା

Published By : Prameya-News7 Bureau | March 04, 2024 IST

ସୋରୋ ୦୪/୦୩: ଠାକୁରଙ୍କୁ ବି ଛାଡିଲେନି । ବିଳମ୍ୱିତ ରାତିରେ ମନ୍ଦିରରୁ ଲୁଟିନେଲେ ସୁନା ରୂପା ଗହଣା । ମନ୍ଦିରର ଗ୍ରିଲ ତାଲା ଭାଙ୍ଗିବା ସହ ଗର୍ଭ ଗୃହ ଗ୍ରିଲ ଭାଙ୍ଗି ଲୁଟିନେଲେ ପାଖାପାଖି ଦେଢ କିଲୋର ଗହଣା । ସକାଳୁ ସକାଳୁ ଏ ବାବଦରେ ଜଣାପଡିବା ପରେ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛନ୍ତି ।

ସୂଚନା ଥାଉକି, ସୋରୋ ପୌରପାଳିକା ଅନ୍ତର୍ଗତ ଖରିଦା ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର ଗ୍ରୀଲ ଏବଂ ଗର୍ଭ ଗୃହ ଗ୍ରୀଲ ଚାବି ଭାଙ୍ଗି ୧ କିଲୋ ଓଜନର ରୁପା ଗହଣା ଏବଂ ୫୦ ଗ୍ରାମ ଓଜନର ସୁନା ଗହଣା ଚୋରି ହୋଇଯାଇଛି। ସକାଳେ ଏ ବାବଦରେ ଜଣା ପଡିବା ପରେ ଗ୍ରାମର ଶ୍ରୀଧର ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.