କେନ୍ଦୁଝରରୁ ଚୋରି ବୋଲେରୋ କଲିକତାରୁ ଜବତ, ଜଣେ ଗିରଫ

Published By : Prameya-News7 Bureau | November 11, 2023 IST

କେନ୍ଦୁଝର ୧୧।୧୧: ଗତ ୭ ତାରିଖ ଦିନ କେନ୍ଦୁଝର ଟାଉନ ଥାନା ନିକଟ ଜଗନ୍ନାଥପୁର ଛକରୁ ଦିନ ଦ୍ବିପ୍ରହରରେ ଓଡି୩୫ଜି୩୦୫୫ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡି ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଟାଉନ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଗାଡିଟି କଲିକତା ଅଭିମୁଖେ ଯାଇଛି । ତାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବାକୁ କଲିକତା ଅଭିମୁଖେ ଯାଇଥିଲା । କଲିକତା ରାସ୍ତାରେ ଯିବାବେଳେ ବିଭିନ୍ନ ଟୋଲଗେଟ୍‌ର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ କଲିକତାର  ଶେଖପଡାରେ ପହଞ୍ଚିଥିଲା ।

{"id":868521,"sizeSlug":"full","linkDestination":"none"}

ଶେଖପଡ଼ାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେନ୍ଦୁଝରରୁ ଚୋରି ହୋଇଥିବା ବୋଲେରୋକୁ ପାଇଥିଲେ । ସେଠାରେ ପୋଲିସ ଜାଣିବାକୁ ପାଇଥିଲା ସେଯାଦ ଅଲ୍ଲୀ ନାମକ ଜଣେ ଯୁବକ ଏହି ଗାଡିଟିକୁ ଆଣି ବିକ୍ରି କରିବା ଉଦ୍ଦେଶ୍ୟରେ ଚୋରି କରିଥିଲା । ଏଣୁ ପୋଲିସ ଉକ୍ତ ବୋଲେରୋକୁ ଜବତ କରିବା ସହ ସେଯାଦ ଅଲ୍ଲୀକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ସେଯାଦ ଅଲ୍ଲୀ ଓଲା ଉବେର ଟ୍ୟାକ୍ସି ଗାଡି ଚଲାଉଥିଲା । ଏଣୁ ଗାଡି ଚୋରି ଉଦ୍ଦେଶ୍ୟରେ ସେ ୫ ତାରିଖ ଦିନ ଏକ ଭଡା ଗାଡି ଯୋଗେ କେନ୍ଦୁଝର ଆସିଥିଲା । ପ୍ରଥମେ ଯୋଡ଼ାରେ ରହିବା ପରେ ତାପର ଦିନ କେନ୍ଦୁଝର ଆସି ଜଗନ୍ନାଥପୁର ଛକ ନିକଟରୁ ଉକ୍ତ ବୋଲେରୋଟିକୁ ଚୋରି କରିଥିଲା । ଆଉ ଏହି ବୋଲେରୋଟିର ନମ୍ବର ବଦଳାଇ ଡବ୍ଲୁ୨୯ବି୫୦୫୫ କରି ଚଲାଉଥିଲା । ଗାଡିଟିକୁ ଜବତ କରିବା ପରେ ଗାଡ଼ିରୁ ନକଲି ନମ୍ବର ପ୍ଲେଟ, ପୋଲିସ ଲେଖାଥିବା ଷ୍ଟିକର, ସ୍କୃଡାଇଭର, ଏକ ମୋବାଇଲ ସହିତ କିଛି ନଗଦ ଟଙ୍କା ଓ ଚୋରି ପାଇଁ ଆସିଥିବା ଓଲା ଉବେର ଟ୍ୟାକ୍ସି ଗାଡିକୁ ଜବତ କରିଛି ପୋଲିସ । ଏଥିସହ ଶନିବାର ଅଭିଯୁକ୍ତକୁ ପୋଲିସ କୋର୍ଟଚାଲାଣ କରିଛି ।

You Can Read :

wp:embed {"url":"https://www.prameyanews7.com/cyber-police-arrested-one-person-in-job-fraud-case-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cyber-police-arrested-one-person-in-job-fraud-case-in-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.