ଦନ୍ତାହାତୀ ଆକ୍ରମଣରୁ ବଞ୍ଚିବାକୁ ଯାଇ ଖାଲକୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 03, 2023 IST

ବଡବିଲ : ଦନ୍ତା ହାତୀ ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ନଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ହେଉଛନ୍ତି ଚମ୍ପୁଆ ରେଞ୍ଜ ଜୟନ୍ତୀନାପୁର ଗାଁର ଖଗେଶ୍ବର ମୁଣ୍ଡା । ଖବର ଅନୁସାରେ, ଆଜି ଅପରାହ୍ନରେ ଖଗେଶ୍ୱର ଗାଁ ମୁଣ୍ଡରେ ଥିବା ଧାନଖଳାକୁ ଜଗିଥିଲେ । ଏହି ସମୟରେ ଏକ ଗୋଠଛଡା ଦନ୍ତାହାତୀ ଜୟନ୍ତୀନାପୁର ଗ୍ରାମକୁ ପଶି ଆସିଥିଲା ।

ଗ୍ରାମବାସୀ ହାତୀକୁ ଘଉଡେଇବାକୁ ଉଦ୍ୟମ କରୁଥିଲା ବେଳେ, ଦନ୍ତା ହାତୀଟି ଧାନଖଳା ଦେଇ ଚାଲିଯିବାକୁ ଚେଷ୍ଟା କରୁଥିଲା । ତେବେ ଏହି ସମୟରେ ହାତୀ ହାବୁଡରେ ପଡ଼ିଯାଇଥିଲେ ଖଗେଶ୍ୱର । ଦନ୍ତା ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ଜୀବନ ବଞ୍ଚାଇବାକୁ ଖାଲକୁ ଡେଇଁ ଗୁରୁତର ଆହତ ହୋଇଛନ୍ତି । ତେବେ ଗାଁ ଲୋକେ ପାଟିକରିବାରୁ ହାତୀଟି ଘଟଣା ସ୍ଥଳରୁ ଚାଲି ଯାଇଥିଲା । ଗ୍ରାମବାସୀ ଆହତ ଖଗେଶ୍ୱରଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ଆଣି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ସୂଚନାଯୋଗ୍ୟ କି ଏହି ଗୋଠଛଡ଼ା ଦନ୍ତାହାତୀଟି ମୟୁରଭଞ୍ଜ ପଟୁ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜର ପତଳା ଜଙ୍ଗଲରେ ପ୍ରବେଶ କରିଥିଲା ।

Also Read: ଜଙ୍କିଆ ଗୋଡିପଡ଼ାରେ ହାତୀ ଉପଦ୍ରବ, ଚାଷୀଙ୍କ କ୍ଷତିପୂରଣ ଦାବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.