ଭୂମିକମ୍ପର ୯୪ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲେ ଯୁବକ, ପରିସ୍ରା ପିଇ ବଞ୍ଚୁଥିଲେ

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିୟାରେ ଘଟିଥିବା ମହାବିନାଶକାରୀ ଭୂମିକମ୍ପରେ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏବେ ମଧ୍ୟ ଦୁଇ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବିଗତ ଦିନରେ ତୁର୍କୀର ଦକ୍ଷିଣ ଗାଜିଆଟେପ୍‌ ରାଜ୍ୟରେ ଉଦ୍ଧାରକାରୀ ଦଳ ଏକ କୋଠାର ଭଗ୍ନାବଶେଷ ତଳୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଭୂକମ୍ପର ଦୀର୍ଘ ୯୪ ଘଣ୍ଟା ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଏମିତି ବିନାଶକାରୀ ସମୟରେ ୧୭ ବର୍ଷୀୟ ଯୁବକ ନିଜ ପରିସ୍ରା ପିଇ ନିଜ ଜୀବନ ବଞ୍ଚାଇ ରଖିଥିଲେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଅଦନାନ ମୋହମ୍ମଦ କୋରକୁଟ୍‌ଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାରକାରୀ ଦଳ ଗାଜିଆଟେପର ସେହିତକାମିଲ ଜିଲ୍ଲାରେ ଏକ କୋଠାର ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ଏହି ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ସେ ପରିସ୍ରା ପିଉଥିଲେ ଏବଂ ଆପଣଙ୍କ ଆସିବାକୁ ଅପେକ୍ଷା କରିଥିଲି ବୋଲି ଭିଡିଓରେ ଏକ ପ୍ରଶ୍ନର ଉତ୍ତରରେ ଯୁବକ କହିଛନ୍ତି। ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ, ମୁଁ ବଞ୍ଚି ଯାଇଛି।

କଣ ଉକ୍ତ କୋଠାର ଭଗ୍ନାବଶେଷ ତଳେ ଆଉ କିଛି ଶବ୍ଦ ଶୁଣିଛନ୍ତି କି ? ଏହାର ଉତ୍ତରରେ ଯୁବକ କହିଛନ୍ତି, ତାଙ୍କ ନିକଟରେ ଏକ କୁକୁର ଥିଲା। ଏବେ କୁକୁରର ସନ୍ଧାନ କରାଯିବ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ଭୋର ସକାଳେ ଦକ୍ଷିଣ-ପୂର୍ବ ତୁର୍କୀ ଏବଂ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ ଆସିଥିଲା। ଏଥିରେ ତୁର୍କୀର ସାତ ରାଜ୍ୟ ଛାରଖାର ହୋଇ ଯାଇଛି। ପାଖାପାଖି ୩ ହଜାରରୁ ଉର୍ଦ୍ଧ୍ଵ କୋଠା ଭୁଶୁଡି ପଡିଛି। ଭୀଷଣ ବରଫପାତ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅନେକ ରାସ୍ତା ବରଫରେ ଢାଙ୍କି ହୋଇ ଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- ତୁର୍କୀ ଭୂମିକମ୍ପ: ଭଗ୍ନାବଶେଷ ତଳୁ ୬ ବର୍ଷର ଝିଅକୁ ଉଦ୍ଧାର କଲେ ଏନଡିଆରଏଫ୍

/wp:heading

ଏହି କାରଣରୁ ତିନି ପ୍ରମୁଖ ବିମାନ ବନ୍ଦରରୁ ବନ୍ଦ କରାଯାଇଛି। ମିଳିତ ଜାତିସଂଘ ସହ ଅନେକ ଦେଶ ତୁର୍କୀ ଏବଂ ସିରିୟାକୁ ସହାୟତାର ହାତ ବଢାଇଥିଲେ ମଧ୍ୟ ସବୁଠୁ ବଡ ବାଧକ ସାଜିଛି ବିପର୍ଯ୍ୟସ୍ତ ଗମନାଗମନ। ବିଶେଷଜ୍ଞଙ୍କ ମତରେ ଅତଡା ତଳେ ଫସି ରହିଥିବା ଲୋକଙ୍କୁ ଆଉ ୭୨ ଘଣ୍ଟାପରେ ବଞ୍ଚାଇବା ମୁସ୍କିଲ ହୋଇଯିବ। ସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.