ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦେଶକ ଟେଡରସ ଅଧନମ: କରୋନା ଭାଇରସ୍‌ରେ ଅଧିକ କବଳିତ ଯୁବପିଢ଼ି

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୦୩: କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି| ଏହି ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ନାଁ ଦେଇଛି | ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦେଶକ ଟେଡରସ ଅଧନମ କହିଛନ୍ତି ଯେ, ଯୁବପିଢ଼ି ମଧ୍ୟ ଏଥିରେ ସୁରକ୍ଷିତ ନୁହନ୍ତି | ଯୁବପିଢ଼ି ନିଜକୁ ସୁରକ୍ଷିତ ଭାବିବା ଭୁଲ | ରିପୋର୍ଟ ଅନୁଯାୟୀ, ଭାଇରସ ଯୁବପିଢ଼ିଙ୍କୁ ଅଧିକ କବଳିତ କରିବ | ଏପର୍ଯ୍ୟନ୍ତ ଆମେ ଜାଣିଚୁ ଯେ, ଭାଇରସରେ ପ୍ରାପ୍ତ ବୟସ୍କ ଓ ଶିଶୁ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି | ଯୁବପିଢ଼ିଙ୍କ ଭିତରେ ଭାଇରସ ବ୍ୟାପିବାର ସମ୍ଭାବନା କମ | କିନ୍ତୁ ଶୁକ୍ରବାର ମିଳିଥିବା ରିପୋର୍ଟ ଅନୁଯାୟୀ, ବିଶ୍ୱର ଅନେକ ଦେଶରେ ୫୦ ବର୍ଷରୁ କମ ବୟସ୍କ ଲୋକ ଅଧିକ ଆକ୍ରାନ୍ତ ହୋଇଛନ୍ତି |

ଟେଡରସ ଅଧନମ ଆଜି ଯୁବପିଢ଼ିଙ୍କୁ ଏକ ମେସେଜ ଦେଇଛନ୍ତି | ଭାଇରସ ଯୁବପିଢ଼ିଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ ଏବଂ ଏଥିରୁ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି | ସେ ଆହୁରି କହିଛନ୍ତି ଯେ, ଯଦିବା ଯୁବପିଢ଼ି ସୁସ୍ଥ ଅନୁଭବ କରୁଛନ୍ତି ତଥାପି କେଉଁଠାକୁ ଯିବା ଉଚିତ କେଉଁଠାରୁ ନିଜକୁ ଦୁରେଇ ରହିବାକୁ ହେବା ତାହା ଜାଣିରଖିବା ଦରକାର |

ମେଡିକାଲ ରିସର୍ଚ୍ଚ ଅନୁଯାୟୀ, ଯେଉଁମାନେ କରୋନାରେ ଆକ୍ରାନ୍ତ କିମ୍ବା ଯେଉଁପିଢୀ ଆକ୍ରାନ୍ତ ତଥାପି ସେମାନଙ୍କ ଭିତରେ କୌଣସି ଲକ୍ଷଣ ଦେଖାନଦିଏ ସେମାନଙ୍କ ସଂସ୍ପର୍ଶରେ ଆସି ଅନେକ ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି | ଏହା ଉଭୟ ଯୁବପିଢ଼ି ଓ ପ୍ରାପ୍ତ ବୟସ୍କଙ୍କ ପାଇଁ ଭୟାନକ ବୋଲି ସେ କହିଛନ୍ତି |

ଡିସେମ୍ବର ୩୧ ତାରିଖରେ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ରିପୋର୍ଟ ପ୍ରଦାନ କରିବ ପରଠାରୁ କରୋନାରେ ଏଯାଏଁ ୨ ଲକ୍ଷ ୧୦ ହଜାର ଆକ୍ରାନ୍ତ ହୋଇଥିବାବେଳେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି | 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହା ନିର୍ଦେଶକ ଟେଡରସ ଅଧନମ ଆଡ଼ଭାଇଜାରୀ ଜାରି କରିବ ସହ କିଛି ଜରୁରୀ ପଦକ୍ଷେପ ଆପଣେଇବାକୁ ନିର୍ଦେଶ ଦେଇଛନ୍ତି | ଏଥିପାଇଁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବ ସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଦୟାନ ଦେବାକୁ କହିଛନ୍ତି | ଯେଉଁ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ସେହିଭଳି ଖାଦ୍ୟ ଖାଇବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି | ମଦ, ଥଣ୍ଡା ପାନୀୟ, ଆଇସ କ୍ରିମ, ଆଦି ଠାରୁ ଦୁରେଇ ରହିବା ଦରକାର | ଧୂମପାନ ନ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଧୂମପାନ କରିବା ଦ୍ୱାରା ଅକ୍ରାଙ୍କଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢିବାର ଅନେକ ସମ୍ଭାବନା ରହିଛି | ଯଦି ବାହାରକୁ ଚାଲିବା ପାଇଁ ଯାଉଛନ୍ତି ତାହେଲେ ଆବଶ୍ୟକୀୟ ବ୍ୟବଧାନ ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି | ଅଧିକ ଚିନ୍ତା ନ କରି ନିଜେ ସଚେତନ, ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.