ନକଲି ସୁନାଶଙ୍ଖ ବିକିବାକୁ ଯାଇ ଫସିଲେ ଯୁବକ, ଉଦ୍ଧାର କଲା ପୋଲିସ୍, ତା ପରେ...

Published By : Prameya-News7 Bureau | January 21, 2023 IST

ନବରଙ୍ଗପୁର: ନକଲି ସୁନା ଶଙ୍ଖ ବିକ୍ରି କରିବାକୁ ଯାଇ ଫସିଗଲେ ଯୁବକ। ଯୁବକକୁ ଅପହରଣ କରିବା ସହ ପରିବାର ଲୋକଙ୍କୁ ଛଅ ଲକ୍ଷ ଟଙ୍କା ଦାବୀ କଲେ ଅପହରଣକାରୀ। ଘଟଣାର ତଦନ୍ତ କରି ମଧ୍ୟପ୍ରଦେଶର ବିତୁଲ ଅଞ୍ଚଳରୁ ନକଲି ସୁନାଶଙ୍ଖ ସହ ଅପହୃତ ଯୁବକ ଏବଂ ଅପହରଣର ମାଷ୍ଟରମାଇଣ୍ଡ ଭଣ୍ଡବାବା ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନବରଙ୍ଗପୁର ପୋଲିସ।

{"id":736019,"sizeSlug":"full","linkDestination":"none"}

ନବରଙ୍ଗପୁର ଜିଲ୍ଲାରେ ଥମୁନି କଳା ସାମ୍ରାଜ୍ୟର କାରବାର। ପ୍ରଥମେ ନକଲି ସୁନା ଇଟା ପରେ ଏବେ ସାମନାକୁ ଆସିଛି ନକଲି ସୁନାଶଙ୍ଖ କାରବାର ଘଟଣା। ଏହି ଘଟଣାରେ ସଂପୃକ୍ତ କ୍ରେତା ଓ ବିକ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୈଦଲପୁର ପୋଲିସ। ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଚନ୍ଦ୍ରପୁର ଗାଁର ରବୀନ୍ଦ୍ର ମିର୍ଗାନ ନାମକ ଯୁବକ ତା ନିକଟରେ ସୁନାର ଶଙ୍ଖ ଅଛି ଏବଂ ତାକୁ ବିକ୍ରି କରିବ କହି ମଧ୍ୟପ୍ରଦେଶର ବିତୁଲ ଅଞ୍ଚଳର ଜଣେ ଭଣ୍ଡବାବାଙ୍କ ସହ ଯୋଗାଯୋଗ କରିଥିଲା। ଏପରିକି ଭଣ୍ଡବାବା ସହ ୬ ଲକ୍ଷ ଟଙ୍କାରେ ସୁନାଶଙ୍ଖର କିଣାବିକା ଛିଣ୍ଡିବା ପରେ ତାଙ୍କଠାରୁ ଅଗ୍ରୀମ ୪୦ ହଜାର ଟଙ୍କା ନେଇଆସିଥିଲା ରବୀନ୍ଦ୍ର।

{"id":736030,"sizeSlug":"full","linkDestination":"none"}

ଏହାପରେ ସୁନା ଶଙ୍ଖ ଦେଇ ଅବଶିଷ୍ଟ ଟଙ୍କା ଆଣିବା ପାଇଁ ଛତିଶଗଡ଼ ରାଜ୍ୟର କଣ୍ଡାଗାଁକୁ ରବୀନ୍ଦ୍ର ଯାଇଥିଲା। ବିକ୍ରେତାଙ୍କୁ ସୁନାଶଙ୍ଖ ଦେବା ପରେ ସେମାନେ ସୁନାଭଳି ଦେଖାଯାଉଥିବା ଶଙ୍ଖଟିକୁ ପରୀକ୍ଷା କରି ତାହା ନକଲି ସୁନାଶଙ୍ଖ ବୋଲି ଜାଣିବାପରେ ରବୀନ୍ଦ୍ରକୁ ସେଠାରୁ ଅପହରଣ କରି ମଧ୍ୟପ୍ରଦେଶର ବିତୁଲ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଏକ କୋଠରୀ ମଧ୍ୟରେ ବନ୍ଦ କରି ରଖିଥିଲେ। ଦୁଇଦିନ ଧରି ସ୍ୱାମୀ ଘରକୁ ନଫେରିବାରୁ ରବୀନ୍ଦ୍ରଙ୍କ ସ୍ତ୍ରୀ ମୈଦଲପୁର ଥାନାରେ ରବୀନ୍ଦ୍ରର ନିଖୋଜ ନେଇ ରିପୋର୍ଟ ଦେଇଥିଲେ। ଏହାପରେ ରବୀନ୍ଦ୍ରଙ୍କ ଅପହରଣକାରୀ ମାନେ ରବୀନ୍ଦ୍ରର ସ୍ତ୍ରୀକୁ ଫୋନ କରି ୬ ଲକ୍ଷ ଟଙ୍କା ଦିଅ ନଚେତ ତମ ସ୍ୱାମୀକୁ ଜୀବନରେ ମରିଦେବୁ ବୋଲି ଧମକ ଦେଇଥିଲେ।

wp:heading {"level":4}

ଏ ଖବର ପଢନ୍ତୁ- ‘ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କଲେ ଦୁର୍ବଳ ହେବ ବିବାହ’, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ପୁରୁଷ ଆୟୋଗ

/wp:heading

ଏହି ଘଟଣା ପୋଲିସ ଜାଣିବା ପରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେସିଆଲ ଟିମ  ଧ୍ୟପ୍ରଦେଶର ବିତୁଲ ଅଞ୍ଚଳକୁ ଯାଇ ରବୀନ୍ଦ୍ରକୁ ଉଦ୍ଧାର କରିଛନ୍ତି। ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥାକଥିତ ବାବା ବିଦ୍ୟାସାଗର ଦୁବେକୁ ଗିରଫ କରି ତା ପାଖରେ ଥିବା ନକଲି ସୁନାଶଙ୍ଖକୁ ମଧ୍ୟ ଜବତ କରିଛି ନବରଙ୍ଗପୁର ପୋଲିସ୍। ଆଇପିସି ଅନୁସାରେ ଗିରଫ କରି ବିଦ୍ୟା ସାଗରକୁ କୋର୍ଟ ଚାଲାଣ କରିଥିବା ବେଳେ,ଏହିଭଳି ଗରୋଖ ଧନ୍ଦାରେ ସାମିଲ ଥିବା କାରଣରୁ ରବୀନ୍ଦ୍ର ମିର୍ଗାନକୁ କେଶ ନମ୍ବର ୭/୨୩ u/s ୪୨୦/୩୪ ଆଇପିସି ଧାରା ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛି ମୈଦଲପୁର ପୋଲିସ। ଅପହରଣ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଏବଂ ଏହି ନକଲି ସୁନାଶଙ୍ଖ ବିକ୍ରି ଘଟଣାରେ ସମ୍ପୃକ୍ତ ରବୀନ୍ଦ୍ରର ସହଯୋଗୀ ମାନଙ୍କୁ ମଧ୍ୟ ଖୋଜି ଗିରଫ କରିବ ବୋଲି କହିଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟସେନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.