ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ

Published By : Prameya-News7 Bureau | September 10, 2020 IST

ଭଦ୍ରକ ୧୦।୦୯:  ମାଛ ଧରିବା ପାଇଁ ଯାଇଥିଲେ । ନଦୀ ରେ ଭାସିଗଲେ ଯୁବକ । ବହୁ ଖୋଜାଖୋଜି କରିବା ପରେ ଉଦ୍ଧାର କଲେ କିନ୍ତୁ ଯୁବକ ଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ସଇଦାବାଦ ଅଞ୍ଚଳ ରେ ।

ସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ର ସଇଦାବାଦ ନିକଟ ରେ ଥିବା ସାଳନ୍ଦୀ ନଦୀର ଏସକେପ ଠାରେ ମାଛ ଧରିବା ପାଇଁ ଯାଇଥିଲେ । ପରେ ପାଣି ରେ ଗୋଡ ଖସିଯାଇଥିଲା । ଅଗ୍ନିଶମ ବାହିନୀ କୁ ମଧ୍ୟ ଖବର ଦେଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଖୋଜା ଖୋଜି ବେଳେ ଯୁବକଙ୍କୁ ଠାବ କରିଥିଲେ । ସେତିକି ବେଳକୁ ଯୁବକଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଙ୍କ ନାମ ଜଲାଉଦ୍ଦିନ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.