କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6/02/2023 at 3:43 PM

କୋରାପୁଟ: ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବକଙ୍କୁ ହତ୍ୟା। କୋରାପୁଟ ବ୍ଳକ୍ ଅଫିସ ନିକଟରେ ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।ମୃତ ଯୁବକ ଜଣକ ବିଜୟ ପଣ୍ଡା।ଘଟଣା ସ୍ଥଳରେ କୋରାପୁଟ ଏସପି ସଦର ଏସଡିପିଓ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ପଚରା ଉଚୁରା ଜାରି ରଖିଛି।
ପ୍ରାଥମିକ ତଦନ୍ତରୁ ହତ୍ୟା ହୋଇଥିବା ସନ୍ଦେହରେ କିଛି ଲୋକଙ୍କୁ କୋରାପୁଟ ଟାଉନ୍ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ୍। ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଅତି ଶୀଘ୍ର ହତ୍ୟାକାରୀଙ୍କୁ କାବୁ କରିବା ନେଇ କୋରାପୁଟ ପୋଲିସ ସୂଚନା ଦେଇଛନ୍ତି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023