Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଯୁବକଙ୍କୁ କଚାଡି ଦେଲା ଦନ୍ତା, ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି

29/01/2023 at 10:25 PM

ନୀଳଗିରି: ଗତ ଦୁଇ ଦିନ ଧରି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରୁ ଦନ୍ତା ହାତି ଆସି ଅଞ୍ଚଳରେ ଆତଙ୍କ ଚଳାଇଛି। ଘରଦ୍ୱାର ଭାଙ୍ଗିବା ସହ ଧାନ ମଧ୍ୟ ନଷ୍ଟ କରୁଛି। ତେବେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନୀଳଗିରି ହସ୍ପଟାଲ ରେ ଭର୍ତି କରାଯାଇଛି।

ଦନ୍ତାଟି ଗତକାଲି ସନ୍ଧ୍ୟାରେ ଧୋବଶିଳା ଅଞ୍ଚଳରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବାହାରି ବିମୁରିଆ ନିକଟ ବିଲରେ ରହିଥିଲା। ସେହି ସମୟରେ ବିମ୍ବୁରିଆ ଅଞ୍ଚଳର କୁନା ସିଂ ବିଲ ରାସ୍ତାରେ ସାଇଡିଂ ଗ୍ରାମକୁ ଆସୁଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ପଳାଇ ଯାଇଥିଲା। ତାଙ୍କର ମୁଣ୍ଡ ଓ ଅନ୍ୟ ଶରୀରରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପଟାଲରେ ଭର୍ତ୍ତି କରାଯାଇଛି। ତେବେ ଦନ୍ତା ହାତୀ ପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ବନବିଭାଗ ତରଫରୁ ହାତୀଟିକୁ କୂଳଡିହା ଅଭୟାରଣ୍ୟ ପର୍ଯ୍ୟନ୍ତ ଘଉଡ଼ାଇ ଦେବାକୁ ଦାବି ହୋଇଛି।

   Related Posts