କରୋନା ଭୟରେ ନଦୀକୁ ଡ଼େଇଁ ପଡିଲେ ଯୁବକ, ଉଦ୍ଧାରକାରୀଙ୍କୁ କହିଲେ ଅନ୍ୟର କ୍ଷତି କରିବାକୁ ଚାହେଁ ନାହିଁ...

Published By : Prameya-News7 Bureau | March 23, 2020 IST

କୁଲ୍ଲୁ୨୩/୩: କରୋନା ଭୟରେ ନଈକୁ ଡ଼େଇଁ ପଡିଲେ ଯୁବକ। ୨୨ ବର୍ଷ ବୟସ୍କ ଯୁବକ ଅଚାନକ ପାଣି ଭିତରକୁ ଲମ୍ପ ମାରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସଂପୃକ୍ତ ଯୁବକ କରୋନା ଆକ୍ରାନ୍ତଙ୍କ ସ୍ପର୍ଶରେ ଆସିଥିବା ଗାଁର କେହି ଜଣେ ତାଙ୍କୁ କହିଥିଲେ। ସୋମବାର ଦିନ ୯ଟା ବେଳେ ଯୁବକ ଗାଁ ପୋଲ ଉପରୁ ନଈକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ନଈର କୂଳଠାରୁ ମାତ୍ର ୨୦୦ ମିଟର ପର୍ଯ୍ୟନ୍ତ ଯୁବକ ଭାସି ମଧ୍ୟ ଯାଇଥିଲେ। ସ୍ଥାନୀୟ ଜଣେ ଦୋକାନୀ ଯୁବକକୁ ଉଦ୍ଧାର କରିଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ୍‌ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ଯୁବକ ଉଦ୍ଧାର ହେବା ପରେ ଯାହା କହିଥିଲେ, ତାହା ଶୁଣି ଗାଁ ଲୋକେ ତାଙ୍କୁ ସାବାସି ଦେଇଥିଲେ। ହିମାଚଳ ପ୍ରଦେଶର କାଲ୍ଲୁ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସଂପୃକ୍ତ ଯୁବକ ଉଦ୍ଧାର ହେବା ପରେ ଯାହା କହିଥିଲେ, ତାଙ୍କ ପାଇଁ ଗାଁ ଲୋକେ କାହିଁକି ଦଣ୍ଡ ପାଇବେ। ତାଙ୍କୁ କରୋନା ହୋଇଥିବା ସେ ଅନୁଭବ କରିଥିଲେ। ତେଣୁ ତାଙ୍କ ପାଇଁ ପୂରା ଗାଁ ଲୋକେ କାହିଁକି ଦଣ୍ଡ ପାଇବେ। ସେଥିପାଇଁ ଯୁବକ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ଏକ ସଂକ୍ରମଣ ରୋଗ ବୋଲି ଉକ୍ତ ଯୁବକ ବୁଝିଛନ୍ତି। ଗତ ଛଅ ବର୍ଷ ଧରି ବୀର ବାହାଦୂରଙ୍କ ପୁଅ ନେପାଳରେ ରହୁଥିଲେ। ତାଙ୍କୁ କରୋନା ହୋଇଥିବା ସେ ଅନୁଭବ କରିଥିଲେ। ଯୁବକ ନିଜର କରୋନା ଟେଷ୍ଟ  ନକରି ସିଧା ନଈକୁ ଡ଼େଇଁ ପଡିଥିଲେ।

ଏହା ପରେ ପୋଲିସ୍‌ ଯୁବକକୁ ମେଡିକାଲ ଯାଞ୍ଚ କରିବା ପରେ ନେପାଳି ସୋସାଇଟିକୁ ହସ୍ତାନ୍ତର କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ମନରେ ଭ୍ରମ ଧାରଣ ଯୋଗୁଁ ଯୁବକ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ କରୋନା ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.