ଶିକୁଳିରେ ବନ୍ଧା ପଡ଼ିଛି ଜୀବନ...

Published By : Prameya-News7 Bureau | March 01, 2020 IST

ସାନଖେମୁଣ୍ଡି୧/୩: ଶିକୁଳିରେ ବନ୍ଧା ପଡ଼ିଛି ଜୀବନ । ବାପା-ମା ଆଗ ପଛ ହେଇ ଚାଲିଗଲେ। ୭ ମାସର ଝିଅ ବି ଆଖି ବୁଜିଲା । ସ୍ତ୍ରୀ ବି ଆରପାରିରେ। ମାନସିକ ବିକୃତି କାରଣରୁ ଶିକୁଳି ଏବଂ ତାଲାରେ ବନ୍ଧା ହୋଇ ରହୁଛନ୍ତି  ଗଂଜାମ ସାନଖେମୁଣ୍ଡି ସାମନ୍ତରାୟପୁର ଗାଁର ଟୁଲୁ ଗୌଡ଼ । ହାତରେ ଶିକୁଳି ବନ୍ଧା ହେବା ସହ ୨ଟି ତାଲା ଲାଗିଛି । ଗୋଡ଼ରେ ବି ଶିକୁଳି ବନ୍ଧା ହେଇ ତାଲା ପଡ଼ିଛି । ମୁହଁ ସାରା ଦାଢ଼ି ବଲ ବଲ ।

{"id":231378,"sizeSlug":"large"}

ଅସଜଡ଼ା ଅବସ୍ଥାରେ ମୁଣ୍ଡର କେଶ । ଇଏ ହେଉଛନ୍ତି ଗଂଜାମ ସାନଖେମୁଣ୍ଡି ସାମନ୍ତରାୟପୁର ଗାଁର ଟୁଲୁ ଗୌଡ଼ । ବୟସ ୩୬ ବର୍ଷ । ଯୁବ ବୟସରେ ରୋଜଗାର କରି ପେଟ ପୋଷିବା କଥା । ସାହି ପଡ଼ିଶା ଯାହା ମୁଠାଏ ଥୋଇଦେଲେ ସେଇତକ ଖାଆନ୍ତି ଟୁଲୁ । ୭ ବର୍ଷ ତଳେ ବିବାହ କରିଥିଲେ ଟୁଲୁ । କୋଳକୁ ଆସିଥିଲା ଝିଅଟିଏ ।

{"id":231379,"sizeSlug":"large"}

ହେଲେ ମାତ୍ର ୭ ମାସରେ ସେ ଆଖି ବୁଜିଦେଲା । ହାତ ଧରାଧରି ହୋଇ ଟୁଲୁଙ୍କ ବାପା-ମାଆ ବି ଆଖି ବୁଜିଲେ । ସ୍ତ୍ରୀ ରଂଜିତା ବି ଆରପାରିକୁ ଚାଲିଗଲେ । ତେଣୁ ମାନସିକ ବିକୃତି ଥିବା ଟୁଲୁ ଏବେ ପୁରା ଅସହାୟ ଅବସ୍ଥାରେ । ଦେଖାଯାଉ ଟୁଲୁଙ୍କ ଉପରେ ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି କେବେ ପଡ଼ୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.