Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

କ୍ରିକେଟ ଖେଳିବା ବେଳେ ଯୁବକଙ୍କୁ ହେଲା ହୃଦଘାତ, ୪୫ ଦିନରେ ଅଷ୍ଟମ ମୃତ୍ୟୁ

19/03/2023 at 8:58 PM

ରାଜକୋଟ ୧୯।୩: ଗୁଜରାଟ ରାଜକୋଟରେ କ୍ରିକେଟ୍ ଗ୍ରାଉଣ୍ଡରେ ଜନୈକ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସାଙ୍ଗମାନଙ୍କ ସହ ସେ କ୍ରିକେଟ ଖେଳିବାକୁ ଯାଇଥିଲେ। ଅଚାନକ ସେ ଅସୁସ୍ଥତା ଅନୁଭବ କରିବା ସହ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଜରାଟରେ ଗତ ଦେଢ ମାସରେ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହା ହେଉଛି ଅଷ୍ଟମ ମୃତ୍ୟୁ।

ଉଲ୍ଲେଖଯୋଗ୍ୟ ଯେ ୪୫ ବର୍ଷ ବୟସ୍କ ମୟୁର ସାଙ୍ଗମାନଙ୍କ ସହ ରାଜକୋଟ ରେସକୋର୍ସ ଗ୍ରାଉଣ୍ଡର ଶାସ୍ତ୍ରୀ ମୈଦାନକୁ କ୍ରିକେଟ ଖେଳିବାକୁ ଯାଇଥିଲେ। କ୍ରିକେଟ ଖେଳୁଥିବା ବେଳେ ଅଚାନକ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ମାଟି ଉପରେ ବଶି ପଡିବା ବେଳକୁ ଟଳି ପଡିଥିଲେ। ଫଳରେ କ୍ରିକେଟ ପଡିଆରେ ଦଉଡାଧାପଡା ପରିସ୍ଥିତି ଉପୁଜିଥିଲା। ସାଙ୍ଗମାନେ ଫୋନ କରି ଆମ୍ବୁଲାନ୍ସ ଡକାଇ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ତେବେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ସୂଚନା ଅନୁସାରେ ମୟୁର ପେଷାରେ ଜଣେ ବଣିଆ ଓ ପରିବାରର ଭରଣପୋଷଣ କରୁଥିଲେ। ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ଅନୁସାରେ ସେ କୌଣସି ନିଶାରେ ମଧ୍ୟ ଅଭ୍ୟସ୍ତ ନଥିଲେ। ତେବେ ଅଚାନକ ହୋଇଥିବା ଘଟଣା ପରିବାରକୁ ଦୋହଲାଇ ଦେଇଛି। ଏହା ପୂର୍ବରୁ ଗୁଜରାଟ ଅହମ୍ମଦାବାଦରେ ଜଣେ ଜିଏସଟି କର୍ମଚାରୀଙ୍କର କ୍ରିକେଟ ପଡିଆରେ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିଲା। ଜିଏସଟି ଓ ଜିଲ୍ଲା ପଞ୍ଚାୟତ କର୍ମଚାରୀଙ୍କ ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ଏଭଳି ଘଟଣା ଘଟିଥିଲା।

   Related Posts