କାମୁଡ଼ିଥିଲା ସାପ : ସାପକୁ କାମୁଡ଼ି କାନ୍ଧରେ ପକାଇ ବୁଲିଲେ ଯୁବକ
6/09/2022 at 10:58 PM

ଜଳେଶ୍ୱର ୦୯/୦୬: ସାପ କାମୁଡ଼ିବାରୁ ସାପକୁ କାମୁଡି ବେକରେ ଗୁଡ଼ାଇ ରାସ୍ତାରେ ବୁଲିଲେ ଯୁବକ। ଏଭଳି ଅଭାବନୀୟ ଦୃଶ୍ୟ ବସ୍ତା ଥାନା ଦରଡ଼ା ଗାଁରେ ଦେଖିବାକୁ ମିଳିଛି। ସଲିମ ତାନ୍ତ୍ରିକ ନାମକ ଏକ ଯୁବକ ବିଲକୁ ଘାସ କାଟିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ରେ ଏକ ବିଷଧର ସାପ ଚୋଟ ମାରି ଥିଲା। ପରେ ସଲିମ୍ ଗାତରେ ହାତ ପୁରାଇ ସାପକୁ ଧରି ଦାନ୍ତରେ କାମୁଡ଼ି ବେହସ କରି ଶେଷରେ ତାକୁ ବେକରେ ପକାଇ ରାସ୍ତାରେ ବୁଲିବାର ଦେଖିବାକୁ ମିଳିଛି। ପରେ ସାପଟିକୁ ଯୁବକ ଜଣକ ନେଇ ନିଜ ଘରେ ରଖିଥିବା ଜଣାପଡିଛି।