ଦୁନିଆର ଅଜବ ରେଷ୍ଟୁରାଣ୍ଟ: ଖାଇବା ପରେ ଚାଟିବାକୁ ପଡେ କାନ୍ଥ, ଜାଣନ୍ତୁ କାହିଁକି…

Published By : Prameya-News7 Bureau | July 30, 2022 IST

ମୁମ୍ବାଇ ୩୦।୦୭: ଦୁନିଆରେ ଅନେକ ପପୁଲାର ରେଷ୍ଟୁରାଣ୍ଟ ଅଛି। ଯାହା ସେମାନଙ୍କ ଖାଦ୍ୟ ପାଇଁ ପ୍ରସିଦ୍ଧ । ଏଥି ସହିତ, କେତେକ ସେମାନଙ୍କର ବିଶେଷ ସଂସ୍କୃତି ପାଇଁ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ଲୋକମାନେ ଖାଦ୍ୟ ଖାଇବା ପରେ ରେଷ୍ଟୁରାଣ୍ଟର କାନ୍ଥକୁ ଚାଟିଥାନ୍ତି । ଏହା ଶୁଣିବାକୁ ବହୁତ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଆସନ୍ତୁ ଏହି ରେଷ୍ଟୁରାଣ୍ଟର ବିଷୟରେ ଜାଣିବା ।

ଏହି ଅଜବ ରେଷ୍ଟୁରାଣ୍ଟ ଆମେରିକାର ଏରିଜୋନାରେ ଅବସ୍ଥିତ। ଏହାର ନାମ ହେଉଛି ମିଶନ୍ ରେଷ୍ଟୁରାଣ୍ଟ । ଏଠାକୁ ଆସୁଥିବା ଅତିଥିମାନେ ଖାଦ୍ୟ ଖାଇବା ପରେ ଜିଭରେ ରେଷ୍ଟୁରାଣ୍ଟର କାନ୍ଥକୁ ଚାଟିଥାଆନ୍ତି। କାହିଁକି ନା ଲୋକମାନେ କାନ୍ଥର ଟେଷ୍ଟ ନିଅନ୍ତି। ଏହି ରେଷ୍ଟୁରାଣ୍ଟ କାନ୍ଥ ପାଇଁ ପ୍ରସିଦ୍ଧ। ବିଶ୍ଵର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସନ୍ତି । ବର୍ତ୍ତମାନ ଆପଣ ଏହା ଭାବୁଥିବେ ଯେ ଲୋକମାନେ ଏପରି କାହିଁକି କରନ୍ତି?

ବାସ୍ତବରେ, ଏହି ରେଷ୍ଟୁରାଣ୍ଟଟି ପିଙ୍କ ହିମାଳୟ ସଲ୍ଟ ଯଥା ପିଙ୍କ୍ ସଲ୍ଟରେ ପ୍ରସ୍ତୁତ । ଲୋକମାନେ ଏହି ଗୋଲାପୀ ସଲ୍ଟର ସ୍ୱାଦ ପାଇଁ ଏଠାକୁ ଯାଆନ୍ତି । ଖବର ଅନୁଯାୟୀ ଅନୁଯାୟୀ, ହେଡ୍‌ଶୋଫ୍‌ ଦ୍ଵାରା କାନ୍ଥକୁ ଅଣାଯାଇଥିଲା। ଅନ୍ୟପଟେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କୁହନ୍ତି ଯେ ଏହି କାନ୍ଥକୁ ଚାଟିବା ଦ୍ୱାରା କୌଣସି ରୋଗ ହୁଏ ନାହିଁ। କାହିଁକି ନା ଏହି କାନ୍ଥଟି ଲୁଣରେ ନିର୍ମିତ ଏବଂ ଏହାର ସଫେଇ ଗୁଣ ଅଛି । ଏହା ବ୍ୟତୀତ ରେଷ୍ଟୁରାଣ୍ଟର କର୍ମଚାରୀମାନେ ଏହି କାନ୍ଥକୁ ପ୍ରତିଦିନ ଭଲ ଭାବରେ ସଫା କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.