କେନ୍ଦୁଝର ବଡ ଦାଣ୍ଡରେ ଗଡିଲା ଜଗନ୍ନାଥଙ୍କର ବିଶ୍ଵର ସର୍ବ ବୃହତ ରଥ

Published By : Prameya-News7 Bureau | July 01, 2022 IST

କେନ୍ଦୁଝର: କେନ୍ଦୁଝର ବଡ ଦାଣ୍ଡରେ ଗଡିଲା ଜଗତରନାଥ ଜଗନ୍ନାଥଙ୍କର ବିଶ୍ବର ସର୍ବ ବୃହତ ରଥ । କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଆଜି ଜଗତରନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଯାଇଛି ।  ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ମନ୍ଦିରଠାରୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ମନ୍ଦିର ଭିତରୁ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟ ତିନି ଥର ପରିକ୍ରମା କରିବା ପରେ ୪ଟା ସମୟରେ ରଥାରୁଢ ହୋଇଥିଲେ ।

କେନ୍ଦୁଝରର ଯୁବରାଜ ଛେରା ପହଁରା କରିବା ପରେ ଶେଷରେ ଅପରାହ୍ନ ୫.୩୫ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଅପରାହ୍ନରେ ପ୍ରବଳ ବର୍ଷା ସତ୍ତ୍ଵେ ୫୦ ହଜାରରୁ ଅଧିକ ଭକ୍ତଙ୍କର ସମାବେଶ ହୋଇଥିଲା ଓ ଭକ୍ତ ମାନେ ବର୍ଷାରେ ଭିଜି ଭିଜି ରଥକୁ ଟାଣି ଥିଲେ । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ସହ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ପୋଲିସ ମୁତୟନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.