LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

World Happiness Index: ଫିନ୍‌ଲାଣ୍ଡ ଦୁନିଆର ସବୁଠୁ ସୁଖୀ ଦେଶ, ୧୨୬ତମ ସ୍ଥାନରେ ଭାରତ

20/03/2023 at 5:01 PM

ନୂଆଦିଲ୍ଲୀ: ଗ୍ଲୋବାଲ ହାପିନେସ୍ ଇଣ୍ଡେକ୍ସ ରିପୋର୍ଟ ୨୦୨୩ ଜାରି ହୋଇଛି । ଏଥିରେ ସାରା ଦୁନିଆର ସବୁଠୁ ସୁଖୀ ଦେଶଗୁଡିକର ରାଙ୍କିଂ ଜାରି କରାଯାଇଛି । ତେବେ ଏହି ସୂଚୀର ଶୀର୍ଷ ୨୦ରେ ଦକ୍ଷିଣ ଏସିଆର ଗୋଟିଏ ବି ଦେଶ ନାହାନ୍ତି । ରାଙ୍କିଂର ଶୀର୍ଷରେ ଫିନଲାଣ୍ଡ ରହିଛି । ଲଗାତାର ଷଷ୍ଠ ବର୍ଷରେ ଫିନଲାଣ୍ଡ ଏହି ସ୍ଥାନରେ ରହିଛି । ଫିନଲାଣ୍ଡର ଜନସଂଖ୍ୟା ୫୫ ଲକ୍ଷରୁ ଅଧିକ ଅଟେ । ହାପିନେସ୍ ସୂଚକାଙ୍କରେ ଫିନଲାଣ୍ଡକୁ ୭.୮୨ ଅଙ୍କ ମିଳିଛି ।

ହାପିନେସ ସୂଚକାଙ୍କରେ କୌଣସି ଦେଶର ଜିଡିପି, ଏଠାରେ ଜୀବନର ମାନ ଏବଂ ହାରାହାରି ବୟସ ଆଧାରରେ ରାଙ୍କିଂ ଜାରି କରାଯାଇଥାଏ । କରୋନା କାଳରେ ୨୦୨୦-୨୨ ମଧ୍ୟରେ ଏହି ରାଙ୍କିଂ ଜାରି କରାଯାଇ ନଥିଲା । ୟୁଏନଡିପି ନେଟୱାର୍କ ଅଧିନରେ ପ୍ରକାଶିତ ଏହି ରିପୋର୍ଟ ୧୩୭ରୁ ଅଧିକ ଦେଶର ବିଶ୍ୱ ସର୍ଭେକ୍ଷଣ ଡାଟା ଉପରେ ଆଧାରିତ ଅଟେ ।

ରିପୋର୍ଟ ଅନୁସାରେ ପ୍ରଥମ ସ୍ଥାନରେ ଫିନଲାଣ୍ଡ, ଦ୍ୱିତୀୟରେ ଡେନମାର୍କ ରହିଛି । ସାରା ଦୁନିଆରେ ନିଜ ସୁନ୍ଦର ପରିଶେଷ ପାଇଁ ପରିଚିତ ଥିବା ଆଇସଲାଣ୍ଡ ତୃତୀୟରେ ରହିଛି । ଚତୁର୍ଥ ସ୍ଥାନରେ ଇସ୍ରାଏଲ ଏବଂ ପଞ୍ଚମ ସ୍ଥାନରେ ନେଦରଲାଣ୍ଡ ରହିଛି । ସୁଖୀ ଦେଶ ତାଲିକାର ଷଷ୍ଠ ସ୍ଥାନରେ ସ୍ୱୀଡେନ ରହିଛି । ସପ୍ତମ ସ୍ଥାନରେ ନରୱେ, ଅଷ୍ଟମରେ ସ୍ୱିଜରଲାଣ୍ଡ, ନବମ ସ୍ଥାନରେ ଲକଜେମବର୍ଗ ଏବଂ ଦଶମ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି । ୧୩୭ ଦେଶର ସୂଚୀରେ ଭାରତ ୧୨୬ତମ ସ୍ଥାନରେ ରହିଛି ।

   Related Posts