ବିଶ୍ୱର ପ୍ରଥମ ଏଆଇ ରୋବୋ ସିଇଓ, ମଣିଷମାନଙ୍କ ଠାରୁ ରହିବ ଅଧିକ ସକ୍ରିୟ

Published By : Prameya-News7 Bureau | November 14, 2023 IST

ମୁମ୍ଵାଇ ୧୪।୧୧: ଏକ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ କମ୍ପାନି ଡିକ୍ଟେଡର ବିଶ୍ୱର ପ୍ରଥମ ଏଆଇ ପରିଚାଳିତ ରୋବୋକୁ ସିଇଓ ଭାବେ ନିଯୁକ୍ତ କରିଛି । ତା’ର ନାଁ ‘ମିକା’ । ଡିକ୍ଟେଡର ଓ ହଂକଂ ସ୍ଥିତ ଏକ ରୋବୋଟିକ୍ସ କମ୍ପାନି ହାନ୍‌ସନ ରୋବୋଟିକ୍ସ ମଧ୍ୟରେ ରିସର୍ଚ୍ଚ ପ୍ରୋଜେକ୍ଟ ଭାବେ ମିକା ବିକଶିତ ହୋଇଛି । ଗ୍ରାହକ ସେବା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ନିମନ୍ତେ ମାନବ ଭଳି ରୋବୋ ନିର୍ମାଣ ପାଇଁ ହାନ୍‌ସନ ରୋବୋଟିକ୍ସ ଲୋକପ୍ରିୟତା ଅର୍ଜନ କରିଛି । ମିକା ହେଉଛି ୨୦୧୫ ମସିହାରେ ହଂକଂରେ ସକ୍ରିୟ କରାଯାଇଥିବା ରୋବୋ ଭଉଣୀ ସୋଫିଆର ଉନ୍ନତ ସଂସ୍କରଣ ।

ଡିକ୍ଟେଡର ସ୍ପଷ୍ଟ କରିଛି, କମ୍ପାନିର ସିଇଓ ଭାବେ ମିକା ଆର୍ଟହାଉସ୍‌ ସ୍ପିରିଟ୍ସ ଡିଏଓ ପ୍ରୋଜେକ୍ଟ ଓ ଡିଏଓ ସମୁଦାୟ ସହିତ କମ୍ପାନି ତରଫରୁ ଯୋଗାଯୋଗ ଦାୟିତ୍ୱ ନିର୍ବାହ କରିବ । ୨୦୨୨ ମସିହା, ସେପ୍ଟେମ୍ବର ୧ ତାରିଖରେ ନିଜର କ୍ୟାରିଅର ଆରମ୍ଭ କରିବା ପରଠୁ ଡିକ୍ଟେଡରକୁ ପ୍ରତିନିଧିତ୍ୱ କରିବା ପାଇଁ ମିକା ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ନଜର ଆସିଛି । ଡିକ୍ଟେଡର ୟୁରୋପର ଅଧ୍ୟକ୍ଷ ମରେକ ଜୋଲଡ୍ରାଉସ୍କି ମିକାକୁ ନିଯୁକ୍ତ କରିବାର ନିଷ୍ପତ୍ତିକୁ ଯୁଗାନ୍ତକାରୀ ଓ ନିର୍ଭୀକତା ବୋଲି କହିଛନ୍ତି । ଏଆଇ ଦ୍ୱାରା ପରିଚାଳିତ ବିଶ୍ୱର ଏହି ପ୍ରଥମ ମାନବ ରୋବୋ ବିଶ୍ୱ ପରିବର୍ତ୍ତନ କରିବ । ହାନ୍‌ସନ ରୋବୋଟିକ୍ସର ସିଇଓ ଡେଭିଡ୍‌ ହାନ୍‌ସନ କହିଛନ୍ତି, ମାନବୀକୃତ ଏଆଇ ଟେକ୍ନୋଲୋଜିର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ତାଙ୍କର ଉଦ୍ଦେଶ୍ୟ । ମୁଁ ଦୃଢ଼ ଭାବେ ଅନୁଭବ କରେ ଯେ ଲୋକଙ୍କ ଧ୍ୟାନ ରଖିବାକୁ ଆମକୁ ଏଆଇକୁ ଶିକ୍ଷା ଦେବା ଜରୁରୀ ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୧ ତାରିଖରେ ପୋଲାଣ୍ଡର ୱାର୍‌ସଠାରେ ଅନୁଷ୍ଠିତ ୨୦୨୩/୨୪ କଲେଜିୟମ୍‌ ହ୍ୟୁମାନମ୍‌ ୟୁନିଭର୍ସିଟି ଉନ୍ମୋଚନ ଅବସରରେ ମିକାକୁ ସ୍ୱତନ୍ତ୍ର ସମ୍ମାନସୂଚକ ପ୍ରଫେସର ଟାଇଟଲ୍‌ ପ୍ରଦାନ କରାଯାଇଥିଲା । କିନ୍ତୁ ଲୋକେ ସିଇଓ ଭାବେ ମିକାକୁ ନେଇ ଖୁସି ନୁହନ୍ତି । ଅନେକ ଏହାକୁ କମ୍ପାନିର ପିଆର୍‌ ଷ୍ଟଣ୍ଟ୍‌ ବୋଲି କହୁଛନ୍ତି ।

wp:embed {"url":"https://www.prameyanews7.com/world-cup-2023-dua-lipa-to-perform-at-closing-ceremony/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-dua-lipa-to-perform-at-closing-ceremony/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.