ଭାରତ ବିଶ୍ୱର ସପ୍ତମ ସର୍ବ ପୁରାତନ ରାଷ୍ଟ୍ର, ଜାଣିଛନ୍ତି କି ସର୍ବ ପୁରାତନ ରାଷ୍ଟ୍ର କିଏ ?

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ଭାରତ ବିଶ୍ୱର ସପ୍ତମ ସର୍ବ ପୁରାତନ ରାଷ୍ଟ୍ର । ୱର୍ଲଡ ପପୁଲେସନ ରିଭ୍ୟୁ (ଡବ୍ଲୁପିଆର) ପ୍ରାଚୀନ ଜଣାଶୁଣା ସଂଗଠିତ ସରକାରକୁ ଆଧାର କରି ପ୍ରକାଶ କରିଥିବା ସୂଚୀରେ ଏହା ଦାବି କରିଛି । ସଂସ୍ଥା ଅନୁସାରେ ଭାରତରେ ପ୍ରଥମ ସଂଗଠିତ ସରକାର ଖ୍ରୀଷ୍ଟପୂର୍ବ ୨୦୦୦ରେ ହୋଇଥିଲା । ତେବେ ମନରେ ପ୍ରଶ୍ନ ଉଠେ ସର୍ବ ପୁରାତନ ରାଷ୍ଟ୍ର କିଏ ? ଡବ୍ଲୁପିଆର ନିଜ ତାଲିକାର ଶୀର୍ଷରେ ଇରାନକୁ ରଖିଛି । ଇରାନ ବିଶ୍ୱର ସର୍ବ ପୁରାତନ ଦେଶ ବୋଲି ଏଥିରେ କୁହାଯାଇଛି । ଖ୍ରୀଷ୍ଟପୂର୍ବ ୩୨୦୦ରେ ଇରାନରେ ପ୍ରଥମ ସଂଗଠିତ ସରକାର ହୋଇଥିବା ଡବ୍ଲୁପିଆର ରିପୋର୍ଟରେ ଉଲ୍ଲେଖ କରିଛି ।

୧. ଇରାନ- ଖ୍ରୀଷ୍ଟପୂର୍ବ ୩୨୦୦

୨. ଇଜିପ୍ଟ- ଖ୍ରୀଷ୍ଟପୂର୍ବ ୩୧୦୦

୩. ଭିଏତନାମ – ଖ୍ରୀଷ୍ଟପୂର୍ବ ୨୮୭୯

୪.ଆର୍ମେନିଆ- ଖ୍ରୀଷ୍ଟପୂର୍ବ ୨୪୯୨

୫. ଉତ୍ତର କୋରିଆ- ଖ୍ରୀଷ୍ଟପୂର୍ବ ୨୩୩୩

୬. ଚୀନ- ଖ୍ରୀଷ୍ଟପୂର୍ବ ୨୦୭୦

୭. ଭାରତ- ଖ୍ରୀଷ୍ଟପୂର୍ବ ୨୦୦୦

୮. ଜୋର୍ଜିଆ- ଖ୍ରୀଷ୍ଟପୂର୍ବ ୧୩୦୦

୯.ଇସ୍ରାଏଲ- ଖ୍ରୀଷ୍ଟପୂର୍ବ ୧୩୦୦

୧୦. ସୁଡାନ- ଖ୍ରୀଷ୍ଟପୂର୍ବ ୧୦୭୦

୧୧.ଆଫଗାନିସ୍ତାନ- ଖ୍ରୀଷ୍ଟପୂର୍ବ ୬୮୭

ସେହିପରି ସ୍ୱ-ସାର୍ବଭୌମତ୍ୱ ମାମଲାରେ ଜାପାନ ଦୁନିଆର ସର୍ବ ପୁରାତନ ଦେଶ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚୀନ ଏବଂ ତୃତୀୟ ସ୍ଥାନରେ ଫ୍ରାନ୍ସ ରହିଛି।  

୧.ଜାପାନ- ଖ୍ରୀଷ୍ଟପୂର୍ବ ୬୬୦

୨. ଚୀନ- ଖ୍ରୀଷ୍ଟପୂର୍ବ ୨୨୧

୩.ସାନ ମାରିନୋ- ଖ୍ରୀଷ୍ଟାବ୍ଦ ୩୦୧

୪. ଫ୍ରାନ୍ସ- ଖ୍ରୀଷ୍ଟାବ୍ଦ ୮୪୩

୫. ଅଷ୍ଟ୍ରିଆ- ଖ୍ରୀଷ୍ଟାବ୍ଦ ୯୭୬

6. ଡେନମାର୍କ- ୧୦ମ ଶତାବ୍ଦୀ ଆଖପାଖରେ

୭. ହଙ୍ଗେରୀ-ଖ୍ରୀଷ୍ଟାବ୍ଦ ୧୦୦୧

୮. ପର୍ତ୍ତୁଗାଲ-ଖ୍ରୀଷ୍ଟାବ୍ଦ ୧୧୪୩

୯. ମଙ୍ଗୋଲିଆ-ଖ୍ରୀଷ୍ଟାବ୍ଦ ୧୨୦୬

୧୦. ଥାଇଲାଣ୍ଡ-ଖ୍ରୀଷ୍ଟାବ୍ଦ ୧୨୩୮

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.