scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ୍‌ ଟ୍ରାଜେଡି: ପୁନଃରୁଦ୍ଧାରରେ ଲାଗିଛନ୍ତି ୧ ହଜାର ଶ୍ରମିକ, ୯୦ ଟ୍ରେନ୍‌ ବାତିଲ୍‌ ସହ ୪୬ ରୁଟ୍‌ ପରିବର୍ତ୍ତନ

4/06/2023 at 9:08 AM

ଭୁବନେଶ୍ଵର ୦୪।୦୬: ବାଲେଶ୍ଵରର ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଦୁର୍ଘଟଣାରେ ୩୦୦ରୁ ଅଧିକଙ୍କ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି ।  ଏହା ସହ ଟ୍ରାକଗୁଡିକର ମରାମତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ହାୱଡା -ଚେନ୍ନାଇ ରୁଟ୍‌ରେ ୯୦ ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ୪୬ଟି ରୁଟ୍‌ ବଦଳାଯାଇଛି।  ସରକାରୀ ସୂଚନା ଅନୁଯାୟୀ ସୋମବାର (୫ ଜୁନ୍) ସୁଦ୍ଧା ଏହି ଟ୍ରାକ୍ ମରାମତି ହେବ ବୋଲି ଆଶା କରାଯାଉଛି। ଏଥି ସହିତ ୪ଜୁନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ଯାଇ ଆହତମାନଙ୍କୁ ଭେଟିବେ।

Balasore Train Accident The Work Of Repairing The Tracks Is In Full Swing  Health Minister Mansukh Mandaviya Will Meet The Injured Today | बालासोर में अब  मलबा हटाने में जुटे 1 हजार

ଶନିବାର ଦିନ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ରାତାରାତି ଚାଲିଥିବା ମରାମତି କାର୍ଯ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଜର ରଖିଥିଲେ। ଏହି ସମୟରେ ଏକ ହଜାରରୁ ଅଧିକ ଶ୍ରମିକ ରାତିସାରା ବଗି ହଟାଇବାକୁ ଲାଗିଥିଲେ। ଏନେଇ ରେଳ ମନ୍ତ୍ରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୭ ଟି ପୋଲକେନ୍ ମେସିନ୍, ୫ଟି ଜେସିବି ଏବଂ୨ଟି ବଡ କ୍ରେନ୍ ଟ୍ରେନ୍‌ର ବଗି ହଟାଇବା କାର୍ଯ୍ୟ ଚାଲିଛି । ଶନିବାର ରାତିରେ ଗୋଟିଏ ପଟେ ଭଗ୍ନାବଶେଷ ହଟାଇବା କାମ ଚାଲିଥିଲା ​​ଏବଂ ଅନ୍ୟ ପଟେ ଟ୍ରାକ ଲଗାଇବା କାମ ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଟ୍ରେନ୍ ସେବାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି।

You Can Read:

   Related Posts