oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂସ୍କୃତି ଭବନରେ ମହିଳା ଚିତ୍ରକଳା ଶିବିର ଉଦଘାଟିତ

4/03/2022 at 3:57 PM

ପୁରୀ ୦୪/୦୩ : ମହିଳା ଚିତ୍ରକଳା ଶିବିର ସ୍ଥାନୀୟ ସଂସ୍କୃତି ଭବନରେ ଉଦଘାଟିତ ହୋଇଛି । ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମହିଳା ଚିତ୍ରକଳା ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଏହି ଶିବିରକୁ ଉଦଘାଟନ କରିଛନ୍ତି ।

ଏହାଦ୍ୱାରା  ଜିଲ୍ଲାରେ ଲୁକ୍କାୟିତ ଚିତ୍ରକଳା ଲୋକଲୋଚନକୁ ଆସିବା ସହ ଶିଳ୍ପୀମାନଙ୍କ ପ୍ରତିଭା ବିକଶିତ ହେବ ବୋଲି ଶିବିରରେ ଯୋଗ ଦେଇଥିବା ଅତିଥିମାନେ କହିଛନ୍ତି । ଏଥିପାଇଁ  ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ । ପୁରୀର ୧୦ ଜଣ ମହିଳା ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ସେମାନେ ହେଲେ ନୟନା ବାରିକ, ପୁଷ୍ପାଞ୍ଜଳି ରାଓ, ସଂଯୁକ୍ତା ଦାସ, ପ୍ରିୟଦର୍ଶିନୀ ସାହୁ, ଅମ୍ରାପଲ୍ଲୀ ମହାପାତ୍ର, ସସ୍ମିତା ମହାରଣା, ଲକ୍ଷ୍ମୀପ୍ରିୟା ଦଳାଇ, ମିନାକ୍ଷୀ ଦାସ, ପ୍ରତିଭା ଦାସ, ସ୍ବେଡଲ ନାୟକ । ଏହି ଶିବିରରେ ସେମାନଙ୍କ ଦ୍ବାରା ତିଆରି କରାଯାଇଥିବା କଳାକୃତି ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେବ ।

   Related Posts