ଟିକେଟ୍ କନଫର୍ମ ନ ହେବାରୁ ଟ୍ରେନ ରୋକିଲେ ମହିଳା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 08, 2022 IST

ରାଉରକେଲା: ଟିକେଟ୍ କନଫର୍ମ ହେଲାନି। ଯାତ୍ରା କରି ପାରିଲେନି ମହିଳା। ଫଳରେ କ୍ରୋଧିତ ହୋଇ ଟ୍ରେନ ସମ୍ମୁଖରେ ଛିଡା ହୋଇ କଲେ ପ୍ରତିବାଦ। ଟ୍ରେନକୁ ଯିବାକୁ ଦେଲେନି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ରେଲଓ୍ଵେ ଷ୍ଟେସନରେ। ମହିଳା ଭୁବନେଶ୍ଵର ଯିବା ପାଇଁ ଟିକେଟ୍ କାଟିଥିଲେ। ହେଲେ ତାହା କନଫର୍ମ ହୋଇନଥିଲା।

ରାଉରକେଲାରୁ ଭୁବନେଶ୍ୱର ଯିବା ପାଇଁ ଇଣ୍ଟରସିଟି ଟ୍ରେନରେ ନଭେମ୍ବର ୮ ତାରିଖ ପାଇଁ ଟିକେଟ୍ କରିଥିଲେ। ହେଲେ ଟିକେଟ୍ କନଫର୍ମ ହୋଇନଥିଲା। ୮ ତାରିଖ ସକାଳ ୫ଟା ୨୦ରେ ରାଉରକେଲା ରେଳଷ୍ଟେନରୁ ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ତେବେ ଟିକେଟ କନଫର୍ମ ହୋଇନଥିବାରୁ ମହିଳା ଟ୍ରେନରେ ଯାତ୍ରା କରିପାରିନଥିଲା । ଏହି ରାଗରେ ଅପରାହ୍ନ ୮ଟାରେ ରାଉରକେଲା ରେଳ ଷ୍ଟେସନରେ  ଟାଟା -ଯଶବନ୍ତପୁର (ଡାଉନ)ର ଇଞ୍ଜିନ ସମ୍ମୁଖରେ ଛିଡା ହୋଇ ମହିଳା ପ୍ରତିବାଦ କରିଛନ୍ତି। ଯାହା ଫଳରେ ଟ୍ରେନ ଛାଡ଼ିବାରେ ୨୦ ମିନିଟ୍ ବିଳମ୍ବ ହୋଇଥିଲା। ଷ୍ଟେସନ ମାଷ୍ଟର ନଭେମ୍ବର ୯ ତାରିଖ ପାଇଁ  ଟିକଟ୍ କନଫର୍ମ ପାଇଁ ପ୍ରତିଶ୍ରୁତି ଦେବାପରେ ମହିଳା ଟ୍ରେନ ସମ୍ମୁଖରୁ ହଟିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.