Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ସରପଞ୍ଚଙ୍କ ବିରୋଧରେ ମହିଳାଙ୍କ ଅସଦାରଚଣ ଅଭିଯୋଗ: ବିଡିଓ କହିଲେ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ

17/06/2020 at 3:49 PM

ଭୁବନ୧୭/୬: କରୋନା ମୁକାବିଲାରେ ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ସେଥିପାଇଁ କରୋନା ଯୁଦ୍ଧରେ ଆଗ ଧାଡିର ସୈନିକ ହେଉଛନ୍ତି ସରପଞ୍ଚମାନେ। ତେଣୁ କରୋନା ମୁକାବିଲା ନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି। କିନ୍ତୁ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ମହିଳା, ସରପଞ୍ଚଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି।  

ଏହି ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ତାମିଲନାଡୁରୁ ଫେରିଥିବା କିଛି ପ୍ରବାସୀ ଓଡ଼ିଆ ରହିଛନ୍ତି। ଏହି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ଜୈନିକ ମହିଳା ସରପଞ୍ଚ ସନ୍ତୋ​‌ଷ ଖୁଣ୍ଟିଆଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଛନ୍ତି।  ଏହି ପଞ୍ଚାୟତର ସରପଞ୍ଚ ସନ୍ତୋଷ ଖୁଣ୍ଟିଆଙ୍କ  ବିରୋଧରେ ପୀଡିତା ଭୁବନ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। 

ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚ କିଛିଦିନ ପରେ ଜେଲରୁ ମୁକୁଳିଥିଲେ। ସରପଞ୍ଚଙ୍କ କହିବା ଅନୁସାରେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇ ଦିଆଯାଇଛି। ସେପଟେ ପୀଡିତା କହିଛନ୍ତି ଯେ, ଭୁଲ୍ କରି ସହଜରେ  ଜେଲ୍‌ରୁ କେମିତି ବାହାରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଭୁବନ ବିଡିଓ କହିଛନ୍ତି ଯେ, ପ୍ରକୃତ ଘଟଣାର ତଦନ୍ତ କରି ଦୋଷୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts