ମହାନଦୀ କୂଳରେ ଥାଇ ବି ପାଣି ସମସ୍ୟା, ଆସୁନି ପିଏଚଡି ପାଣି, ଶୁଣୁନି ପ୍ରଶାସନ, ତାତିଲେ ମହିଳା

Published By : Prameya-News7 Bureau | June 18, 2022 IST

ବିନିକା: ମହାନଦୀ କୂଳରେ ଥାଇ ମଧ୍ୟ ଗ୍ରାମବାସୀ ପାଣି ପାଉ ନାହାନ୍ତି। ଜନ ସ୍ବାସ୍ଥ୍ୟ ବିଭାଗ ପିଏଚଡ଼ି ତରଫରୁ ଯୋଗାଣ ହେଉଥିବା ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀଙ୍କ ନିକଟରେ ଠିକ ଭାବରେ ପହଞ୍ଚୁନାହିଁ। ଅଭିଯୋଗ କଲେ ବି ଶୁଣୁନି ପ୍ରଶାସନ। ଫଳରେ ତାତି ଉଠିଛନ୍ତି ଗ୍ରାମବାସୀ। ଆଜି ଗ୍ରାମର ମହିଳା ମାନେ ପାପକ୍ଷୟ ମହାନଦୀ କୂଳରେ ଥିବା ପମ୍ପ ହାଉସ କୁ ତାଲା ପକାଇ ଦେଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ରହିଲା ଗ୍ରାମରେ।

ଜନ ସ୍ବାସ୍ଥ୍ୟ ବିଭାଗ ପିଏଚଡ଼ି ତରଫରୁ ଯୋଗାଣ ହେଉଥିବା ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀ ଠିକ ଭାବରେ ପାଉ ନଥିବା ନେଇ ବାରମ୍ବାର ଅଭିଯୋଗ ହେଲା ପରେ ବି ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ କରୁନଥିଲେ। ଫଳରେ ଆଜି ଗ୍ରାମର ମହିଳା ମାନେ ପାପକ୍ଷୟ ମହାନଦୀ କୂଳରେ ଥିବା ପମ୍ପ ହାଉସକୁ ତାଲା ପକାଇ ଦେଇଛନ୍ତି ।  ଦୀର୍ଘ ଦିନ ହେବ ଗ୍ରାମରେ ପାଣି ସମସ୍ୟା ଦେଖାଦେଉଥିବାରୁ ଅଭିଯୋଗ କଳାପରେ ଏକ  ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା l ଯେଉଁ ପାଣି ଟ୍ୟାଙ୍କର ଯାଉଥିଲା ତାହା ଗ୍ରାମର ଅଧିକାଂଶ ଲୋକ ପାଇବାରୁ ବଞ୍ଚିତ ହେଉଛନ୍ତି l

ମହାନଦୀ କୂଳରେ ଥାଇ ମଧ୍ୟ ଗ୍ରାମବାସୀ ପାଣି ନପାଇବାରୁ ପାଦରେ ଚାଲିଚାଲି ବାଲିରେ ନେଇଯିବାକୁ ବାଧ୍ୟ ହେଉଥିଲେ l ତାହା ପୁଣି ଅଳିଆ ଆବର୍ଜନା କାଦୁଅ ପାଣି ହେଉଥିବାରୁ ବହୁ ଲୋକେ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି l ଶେଷରେ ବାଧ୍ୟ ହୋଇ ଆଜି ଗ୍ରାମର ମହିଳା ମାନେ ଆସି ପମ୍ପ ହାଉସରେ ତାଲା ପକାଇଛନ୍ତି l ଏ ନେଇ ବିଭାଗୀୟ ଅଧିକାରୀ ମଧ୍ୟ କହିଛନ୍ତି ଜେତେଶୀଘ୍ର ହେବ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବାପାଇଁ ଚେଷ୍ଟା କରାଯାଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.