Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମାଂସ ଖାଏନି କି ଧୂମ୍ରପାନ କରେନି…, କିନ୍ତୁ ମନୁସ୍ମୃତି ବହିକୁ ଜାଳି ସିଗାରେଟ୍ ଟାଣିଲେ ମହିଳା, Video ଭାଇରାଲ୍

6/03/2023 at 9:27 PM

ନୂଆଦିଲ୍ଲୀ: ମନୁସ୍ମୃତି ବହିକୁ ଜାଳି ଲାଇଟର ପରି ସିଗାରେଟ୍ ଟାଣୁଥିବା ଜଣେ ଯୁବତୀଙ୍କ ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଯୁବତୀଙ୍କ ଜଣକ ହେଉଛନ୍ତି ପ୍ରିୟା ଦାସ(୨୭)। ସେ ବିହାରର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦକ ଅଟନ୍ତି। ତାଙ୍କର  ଏମିତି କାମକୁ ନେଇ ନୂତନ ବିବାଦ ଦେଖା ଦେଇଛି।

ଭାଇରାଲ୍  ଭିଡିଓ ଅନୁଯାୟୀ, ଦାସ ରୋଷେଇ କରୁଥିବା ବେଳେ ମନୁସ୍ମୃତି ବହିରେ ନିଆଁ ଲଗାଇ ଲାଇଟର ଶୈଳୀରେ ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଛି। ସେ କାହିଁକି ମନୁସ୍ମୃତି ଜାଳିଲେ ? ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଦାସ କହିଛନ୍ତି, ଯଦି ଜଣେ ମହିଳା ମଦ୍ୟପାନ କରୁଛି, ତାକୁ ଭିନ୍ନ ପନ୍ଥାରେ ଦଣ୍ଡିତ କରାଯାଉଛି। କିନ୍ତୁ ତାଙ୍କୁ ଦଣ୍ଡିତ କରିବା ପୂର୍ବତୁ ତାଙ୍କ ଜାତିକୁନେଇ ଖୋଳତାଡ କରାଯାଉଛି ଏବଂ ଅନେକ ଆକ୍ଷେପ କରାଯାଉଛି।

ପ୍ରିୟା ଦାସ କହଛନ୍ତି, ମୁଁ ନା ମୁଁ ଆମିଷ ଖାଏ ନା ଧୂମ୍ରପାନ କରେ। ଭିଡିଓରେ ଯାହା ଦେଖିବାକୁ ମିଳୁଛି ତାହା କେବଳ ବହିକୁ ବିରୋଧ କରି ସେ ଏପରି  କରିଛନ୍ତି। ଦଳିତ ଅଧିକାର ସାମାଜିକ କର୍ମୀ ଦାସ ଭିଡିଓରେ କହୁଛନ୍ତି ଯେ, ମନୁସ୍ମତି ଜାଳିବା ଏକ ସାମୟିକ ଘଟଣା। ବାବାସାହେବ  ଆମ୍ବେକର ଏହାକୁ ଜଳାଇବାର ମୂଳଦୁଆ ବହୁ ପୂର୍ବରୁ ପକାଇଥିଲେ।  ମନୁସ୍ମୃତି ଜାଳିବାର ଉଦ୍ଦେଶ୍ୟ କୌଣସି ଜଣେ ବ୍ୟକ୍ତି ପ୍ରତି ନୁହେଁ। ଏହା କେବଳ ପାଖଣ୍ଡି ଏବଂ ସଂକୀର୍ଣ୍ଣ ବିଚାରଧାରକୁ ବିରୋଧ କରିବା ମୋର ଲକ୍ଷ୍ୟ।

ଏହା ତ କେବଳ ଆରମ୍ଭ ବୋଲି ପ୍ରିୟା ଦାସ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଏମିତି ବହି କୌଣସି କାମରେ ନୁହେଁ ଯାହାଠୁ ଲୋକେ କିଛି ଜ୍ଞାନ ଆହରଣ କରି ପାରିବେ। କିନ୍ତୁ ଏହି ବହି ଲୋକଙ୍କ ମଧ୍ୟରେ ଭେଦଭାବ ଏବଂ ପକ୍ଷପାତ ସୃଷ୍ଟି କରୁଛି। ତେଣୁ ଲୋକଙ୍କୁ ଏହି ବହିକୁ ବିରୋଧ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଦାସ ଜଣେ ଶିକ୍ଷୟତ୍ରୀ ହେବା ପାଇଁ ପଢୁଛନ୍ତି। ସେ ସିଟିଇଟି ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ସେ ପିଏଚଡି ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମଣିଷତ୍ଵକୁ ନେଇ ମନୁସ୍ମୃତିରେ ଅନେକ ଜିନିଷ ଲେଖା ହୋଇଛି, ଯେଉଁଥିରେ ମହିଳାଙ୍କୁ ନ୍ୟୁନ୍ ଦର୍ଶାଯାଇଛି। ତେଣୁ ଏମିତି ବହିର ପ୍ରତିଟି ପୃଷ୍ଠାକୁ ଜାଳିବା ଉଚିତ୍। ଆଗକୁ ଆସି ଦଳିତ ବର୍ଗଙ୍କୁ ଏହି ବହିର ବିରୋଧ କରିବା ଉଚିତ୍।

   Related Posts