ଥାକରୁ ଆଣି ଶହ ଶହ ମଦ ବୋତଲ ଚୂନା କରି ଦେଲେ ମହିଳା, ଭୟରେ ପାଖକୁ ଗଲେନି ଦୋକାନ କର୍ମଚାରୀ, କେଇ ମିନିଟ୍‌ରେ ବରବାଦ୍ ହୋଇଗଲା ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | November 28, 2020 IST

ଷ୍ଟିଭେଞ୍ଜ ୨୮।୧୧: ସାଉଥ ଇଂଲଣ୍ଡର ହେର୍ଟଫୋର୍ଡସି ରାଜ୍ୟର  ଷ୍ଟିଭେଞ୍ଜ ସହରରେ ଏକ ମଦ ଷ୍ଟୋରରେ ଜଣେ ମହିଳା ଧୁମ ଉତ୍ପାତ ମଚାଇଛନ୍ତି। ସେ ଷ୍ଟୋର ଭିତରେ ପଶି ଶହ ଶହ ସଂଖ୍ୟାରେ ମଦ ବୋତଲ ଭାଙ୍ଗି ଚୂରମାର କରି ଦେଇଛନ୍ତି।  ଏଥିରେ ଷ୍ଟୋର ମାଲିକଙ୍କ ହଜାର ହଜାର ପାଉଣ୍ଡ ଅର୍ଥାତ ଲକ୍ଷାଧିକ ଟଙ୍କା କ୍ଷତି ଘଟିଛି। ଏହି ଘଟଣା ବୁଧବାର ଅପରାହ୍ନରେ ସହରର ସୁପରମାର୍କେଟ୍ ବ୍ରାଞ୍ଚରେ  ଥିବା ମଦ ଷ୍ଟୋରରେ ଘଟିଛି।

ମିଳିଥିବା ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ଗୋଟିଏ ପରେ ମଦ ବୋତଲ ଧରି ତଳେ ଫିଙ୍ଗି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଚାରିପଟେ ଭଙ୍ଗା ବୋତଲ କାଚ ବିଛେଇ ହୋଇ ପଡିଛି। ଏଥିରେ ବିୟର ଓ ଓ୍ଵାଇନ ବୋତଲ ମଧ୍ୟ ରହିଛି। ମହିଳା ଜଣକ କ୍ରୋଧିରେ ମଦ ବୋତଲ ଏମିତି ଭାଙ୍ଗି ଚାଲିଛନ୍ତି ଯେ, ଷ୍ଟୋରର କର୍ମଚାରୀ ତାଙ୍କୁ ରୋକିବାକୁ ମଧ୍ୟ ଡରିଥିଲେ।

{"id":369166,"sizeSlug":"large"}

ବିଭିନ୍ନ କୋଣରୁ ନିଆଯାଇଥିବା କ୍ଲିପରୁ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ମଝି ସେଲ୍‌ଫରେ ଥିବା ସମସ୍ତ ମଦ ବୋଲତ ଭାଙ୍ଗି ଦେଇଛନ୍ତି। ସବା ଉପରେ ଥିବା ସେଲ୍‌ଫକୁ ଯିବା ପୂର୍ବରୁ ସେ ମଝି ସେଲ୍‌ଫରେ ଥିବା ସମସ୍ତ ମଦ ବୋଲତ ଭାଙ୍ଗି ଚୂରମାର କରି ଦେଇଛନ୍ତି।

{"id":369168,"sizeSlug":"large"}

ଘଟଣାର ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ରେ ପହଞ୍ଚି ମହିଳାଙ୍କୁ ଗିରଫ କରିଛନ୍ତି। ଅନ୍ୟ ଏକ ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ, ଜଣେ ଅଧିକାରୀ ଅତି ସତର୍କତାର ସହ ମହିଳାଙ୍କୁ ଧରି ବାହାରକୁ ଆଣୁଛନ୍ତି। ଏହା ପରେ ଏହି ଅଜଣା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି। କାରଣ ବୋତଲ ଭାଙ୍ଗିବା ବେଳେ ମହିଳାଙ୍କ ହାତ କଟି ଯାଇଥିଲା।

{"id":369169,"width":576,"height":736,"sizeSlug":"large"}

ଏହି ଘଟଣାରେ ଜଣେ ବ୍ୟକ୍ତି କହିଛନ୍ତି ଯେ, ମୁଁ ବିଶ୍ଵାସ କରି ପାରୁନାହିଁ ଯେ, ମହିଳା ବୋତଲ ଭାଙ୍ଗି ଚାଲିଥିବା ବେଳେ ବାକି କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲେ। ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ପ୍ରଥମ ଏମିତି ଦେଖିବାକୁ ମିଳିଛି ଯେ, ପୂରା ଷ୍ଟୋରକୁ ଧ୍ଵଂସ କରୁଥିବା ବେଳେ ତାଙ୍କୁ କେହି ହେଲେ ଅଟକାଇବାକୁ ଚେଷ୍ଟା କରିନଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.