ସାମନାକୁ ଆସିଲା କମେଡି ୱାଇଲ୍ଡଲାଇଫ୍ ଫଟୋଗ୍ରାଫି ୨୦୨୨ ପୁରସ୍କାର ବିଜୟୀ ଫଟୋ…
17/12/2022 at 11:03 PM

ନୂଆଦିଲ୍ଲୀ: ଗୋଟିଏ ଫଟୋ ହଜାର ଶବ୍ଦର କଥା କୁହେ । ଏହିପରି ମଜାଦାର ଫଟୋକୁ କମେଡି ୱାଇଡଲାଇଫ୍ ଫୋଟୋଗ୍ରାଫି କଣ୍ଟେଷ୍ଟ ୨୦୨୨ ପାଇଁ ଆମନ୍ତ୍ରିତ କରାଯାଇଥିଲା । ବିଶ୍ୱର ପ୍ରାୟ ୫୦୦୦ ଫଟୋକୁ ଏଥିରେ ସାମିଲ କରାଯାଇଥିଲା । ୨୦୧୫ ମସିହାରେ ଫଟୋଗ୍ରାଫର ଏବଂ ପରିବେଶବିତ୍ ପଲ ଜୟସନ ହିକ୍ ଏବଂ ଟମ ସୁଲାମ ଏହି ପୁରସ୍କାରର ଆରମ୍ଭ କରିଥିଲେ । ଫଟୋଗ୍ରାଫି ଏବଂ ଜନ୍ୟଜନ୍ତୁ ସଂରକ୍ଷଣର ଗୁରୁତ୍ୱ ବୁଝାଇବା ପାଇଁ ଏହାର ଆରମ୍ଭ କରିଥିଲେ।
ଚଳିତ ବର୍ଷ ଗୋଟିଏ ତିନି ମାସର ବାଘ ଛୁଆ ଗଛକୁ ଚଢିବା ସମୟରେ ଖସି ପଡିବା ସମୟର ଫଟୋକୁ ସବୁ ବର୍ଗରେ ବିଜେତା ଘୋଷଣା କରାଯାଇଛି । ଏହାକୁ ତାଞ୍ଜାନିଆର ସେରେନଗେଟିରେ ଫଟୋଗ୍ରାଫର ଜେନିଫର ହାଡଲୀ ନିଜ କ୍ୟାମେରାରେ କଏଦ କରିଥିଲେ।

ଫଲକଲାଣ୍ଡ ଆଇଲ୍ୟାଣ୍ଡରେ ଉଠାଇଥିବା ଦୁଇ ପେଙ୍ଗୁଇନଙ୍କ ଫଟୋ ପାଇଁ ଫଟୋଗ୍ରାଫର ହାଡଲୀ ଅଫିନିଟି ଫଟୋ 2 ପିପୁଲ୍ସ ଚୟସ୍ ପୁରସ୍କାର ମିଳିଛି।

ଦୁଇ ଟ୍ରିଗରଫିସଙ୍କ ଏକ ଚମତ୍କାର ଫଟୋକୁ ପାଣି ଭିତର ବର୍ଗରେ ବିଜେତା ଘୋଷଣା କରାଯାଇଛି । ଏହି ଫଟୋକୁ ଆରଟୁରୋ ଟେଲେ ଥିଏମାନ୍ ନିଜ କ୍ୟାମେରାରେ କଏଦ କରିଥିଲେ।

ଇଣ୍ଟରନେଟ ପୋର୍ଟଫୋଲିଓ ପୁରସ୍କାର ଜିତିଛନ୍ତି ଫଟୋଗ୍ରାଫର ଜିଆ ଚେନ୍ । ତାଙ୍କର ଏକାଧିକ ଫଟୋ ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି । ତାଙ୍କ ଫଟୋ ମଧ୍ୟରେ କପୁର ହକ୍ ଫୁଟବଲ ଖେଳୁଥିବା ସାମିଲ ରହିଛି। ଏହି ଫଟୋକୁ କାନାଡାର ଗ୍ରେଟର ଟୋରୋଣ୍ଟରେ ସେ ଉଠାଇଥିଲେ।

ଟିଙ୍କ୍ ଟାଙ୍କ ଫଟୋ ଜୁନିୟର ବର୍ଗରେ ଅର୍ଶଦୀପ ସିଂ ବିଜୟୀ ହୋଇଛନ୍ତି । ପାଇପ୍ ଭିତରେ ଗୋଟିଏ ପେଚା ଆଖିମାରିବା ସମୟର ଦୃଶ୍ୟକୁ ସେ ନିଜ କ୍ୟାମେରାରେ କଏଦ କରିଥିଲେ ।
