ପ୍ରାଣୀ ଚିକିତ୍ସାଳୟକୁ ବିଶ୍ରାମଗାର କରିଛି ଜଙ୍ଗଲି ଭାଲୁ !
27/07/2023 at 5:48 PM

ଘଷିପୁରା ୨୫।୭ : ପ୍ରାଣୀ ଚିକିତ୍ସାଳୟ ସାଜିଛି ଜଙ୍ଗଲି ଭାଲୁର ବିଶ୍ରାମ ଗୃହ ! କଥାଟି ଆଇମା କାହାଣି ପରି ଲାଗୁଥିଲେ ବି ସମ୍ପୁର୍ଣ୍ଣ ସତ ଘଟଣା। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବରେ ଥିବା ପୁରୁଣାବାନ୍ଧଗୋଡା ଗ୍ରାମରେ। ଜଙ୍ଗଲ କଡକୁ ଅନେକ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ପ୍ରାଣୀ ଚିକିତ୍ସାକେନ୍ଦ୍ର।
କେନ୍ଦ୍ର ଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଘରର ଛାତ ମଜବୁତ ରହିଛି, ହେଲେ କବାଟ ଝରକା ନଥିବାରୁ ଲଗାଣ ବର୍ଷାରେ ଦିନବେଳେ ଅଧିକାଂଶ ସମୟରେ ଏକ ଭାଲୁ ଜଙ୍ଗଲ ମଧ୍ୟରୁ ଚାଲି ଆସି ଘର ଭିତରେ ଆଶ୍ରୟ ନେଉଛି। ସ୍ଥାନୀୟ ଲୋକେ ଭାଲୁକୁ ଏହି ପରିତ୍ୟକ୍ତ ଘରେ ଅନେକ ଥର ଦେଖିଲେ ମଧ୍ୟ ତାକୁ ତା ବାଟରେ ଛାଡି ଦେଇଥାନ୍ତି । ଭାଲୁଟି ନିଜ ଇଚ୍ଛାରେ ସେଠାରେ ରହୁଛି ପୁଣି କେତେବେଳେ ଜଙ୍ଗଲ ମଧ୍ୟକୁ ପଳାଇ ଯାଉଛି । ଭାଲୁ ଜଙ୍ଗଲୀ ହୀଂସ୍ର ଜନ୍ତୁ ହୋଇଥିଲେ ସୁଦ୍ଧା ତା ନିଜ ଇଛାରେ ଦିନ ହେଉ ବା ରାତି ଅବାଧରେ ଆସି ପରାତ୍ୟକ୍ତ ପ୍ରାଣି ଚିକିତ୍ସା କେନ୍ଦ୍ର ପରିସରରେ ବିଶ୍ରମ ନେବା ଘଟଣା ସ୍ଥାନିୟ ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି ।
Also Read- ମହାନଦୀ ମଝିରେ ଫସିଲେ ଗୋରୁ ପଲ, ଉଦ୍ଧାର କଲା ଅଗ୍ନିଶମ ବାହିନୀ