ପୂରା ଗାଁ ତିଆରି କରୁଛନ୍ତି କାଗଜ ଡଙ୍ଗା,ପାଉଣା ମିଳୁନଥିଲେ ବି କୌଳିକ ବୃତ୍ତିକୁ ଆପଣେଇ ବଞ୍ଚାଇ ରଖିଛନ୍ତି ପରମ୍ପରା

Published By : Prameya-News7 Bureau | November 26, 2023 IST

କେନ୍ଦ୍ରାପଡ଼ା 26/11 : ଧରମର ମାସ କାର୍ତ୍ତିକ । ମାସ ସାରା ଘରେ ଘରେ ପାଳନ ହୁଏ ବ୍ରତ । ଆଉ ଶେଷଦିନରେ ଅର୍ଥାତ୍ ପୂର୍ଣ୍ଣମୀରେ ଡଙ୍ଗା ଭସାଇ ମାସଯାକ ହବିଷର ହୁଏ ସମାପନ । କାହିଁ କେଉଁ କାଳୁ ପ୍ରତିଟି ଓଡ଼ିଆ ପାଳି ଆସୁଛନ୍ତି ପରମ୍ପରା । କାର୍ତ୍ତିକ ପୂର୍ଣ୍ଣମୀରେ ପ୍ରତ୍ୟେକ ଓଡିଆ ନଦୀ ଓ ପୋଖରୀରେ ଭସାଇଥାନ୍ତି ଡଙ୍ଗା । ଆଉ ପ୍ରତିବର୍ଷ ମାସେ ଆଗରୁ ଲାଗିଯାଏ ଡଙ୍ଗାର ପସରା । ଏମିତି କିଛି ପରିବାର ବଞ୍ଚାଇ ରଖିଛନ୍ତି ପରମ୍ପରା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ମଣିକୁଣ୍ଡା ଗାଁର ପୂରା ପରିବାର ଡଙ୍ଗା ପ୍ରସ୍ତୁତିରେ ପରିବାର।

wp:html /wp:html

ବଜାରରେ ମିଳୁଛି ଭଳିକି ଭଳି ଡଙ୍ଗା । ହେଲେ କାଗଜ ଡ଼ଙ୍ଗାର ରହିଛି ସ୍ୱତନ୍ତ୍ର ଛାପ । ମାଳି ସମ୍ପ୍ରଦାୟର ଲୋକେ ପ୍ରତିବର୍ଷ କରିଥାନ୍ତି ପ୍ରସ୍ତୁତି । ମାସେ ପୂର୍ବରୁ ସୋଲ ସଂଗ୍ରହ କରି ସେସବୁ କାଟି ସେଥିରେ ବିଭିନ୍ନ ପ୍ରକାରର ରଙ୍ଗ ଦିଆଯାଏ । ପରେ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ସେଥିରେ ରଙ୍ଗୀନ କାଗଜ ସହ ଲଗାଯାଇଥାଏ ଝାଲେରି । ପ୍ଲାଷ୍ଟିକ ଓ କର୍କ ସୋଲରେ ତିଆରି ଡଙ୍ଗା ବଜାରରେ ଶସ୍ତାରେ ମିଳୁଛି । ଫଳରେ ଦେଶୀ ସୋଲ ଓ କାଗଜ ରେ ପ୍ରସ୍ତୁତ ଡଙ୍ଗା ଧୀରେ ଧୀରେ ଚାହିଦା କମଉଛି । ଫଳରେ ବେଶି ପରିଶ୍ରମ କରି ବି କମ୍ ଲାଭ ପାଉଛନ୍ତି ମାଳି ପରିବାର ।

Also Read- ଝଲସି ଉଠିଲା ମହାନଦୀ ପଠା, ଏକାସାଙ୍ଗେ ଜଳିଲା ୧୦ ହଜାର ଦୀପ

କେବଳ କୌଳିକ ବୃତ୍ତି ବଞ୍ଚିରହିଛି ସଂସ୍କୃତି ଓ ପରମ୍ପରା । ପରମ୍ପରା କେବଳ ଗ୍ରାମାଞ୍ଚଳ ନୁହେଁ,ବର୍ଂ ସହରରେ ବି ଏହାର ଚାହିଦା ରହିଛି । ହୁଏତ ସହରରେ ବିଭିନ୍ନ କିସମର ଡଙ୍ଗା ମିଳୁଛି, କିନ୍ତୁ ଗ୍ରାମାଞ୍ଚଳରେ ରହିଛି କାଗଜ ଡଙ୍ଗାର ଚାହିଦା । ପରିଶ୍ରମ ଅନୁସାରେ ସେହି ପରିମାଣର ପାଉଣା ମିଳୁନଥିବାରୁ ଆସ୍ତେ ଆସ୍ତେ ଏହି ପରମ୍ପରରା ବୁଡିବାକୁ ବସିଲାଣି। ତଥାପି କିଛି ପରିବାର କାମ ନଛାଡି ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି ।

ପରମ୍ପରା ଆଜି ଆମକୁ ପରିଚୟ ଦେଇଛି ସେଥିଲାଗି, ଏହାକୁ ବଞ୍ଚାଇରଖିବାକୁ ହେଲେ ସମସ୍ତେ ଏହାକୁ ଆପଣେଇବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.