ବାରାକରେ ଲାଗି ଗଲା ନିଆଁ, ଜୀବନ୍ତ ଜଳିଗଲେ ୧୫ ଆର୍ମେନିୟ ସୈନିକ
19/01/2023 at 3:56 PM

ନୂଆଦିଲ୍ଲୀ: ଆର୍ମେନିଆର ଏକ ସୈନ୍ୟ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୧୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ପୂର୍ବ ଆର୍ମେନିଆର ଗେଘାରକୁନିକ ପ୍ରାନ୍ତର ଅଞ୍ଜତ ଗାଁରେ ସ୍ଥିତ ଏକ ବାରାକରେ ନିଆଁ ଲାଗିଥିଲା । ତେବେ ମନ୍ତ୍ରାଳୟ ଅଗ୍ନିକାଣ୍ଡର ପଛର କାରଣ କିଛି ସ୍ପଷ୍ଟ କରିନାହିଁ ।
ଜୀବନ୍ତ ଦଗ୍ଧ ହୋଇଗଲେ ୧୫ ସୈନିକ
ମନ୍ତ୍ରାଳୟ ଅନୁସାରେ, ଅଗ୍ନିକାଣ୍ଡରେ ୧୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୋଘାରକୁନିକ ଅଞ୍ଚଳର ସୀମା ଅଜରବାଇଜାନକୁ ଲାଗି ରହିଛି । ଆଜରବାଇଜାନ ଏବଂ ଆର୍ମେନିଆ ମଧ୍ୟରେ ନଗୋନୋ-କାରାବଖକୁ ନେଇ ଦଶନ୍ଧି ଦଶନ୍ଧି ବିବାଦ ଲାଗି ରହିଛି । ନଗୋନୋ-କାରାବଖ ଆଜରବାଇଜାନରେ ରହିଛି କିନ୍ତୁ ଏହା ଉପରେ ଜାତୀୟ ଆର୍ମେନିଆ ବଳର ନିୟନ୍ତ୍ରଣ ରହିଛି, ଯାହାକୁ ଆର୍ମେନିଆର ସମର୍ଥନ ରହିଛି ।
ଆଜରବାଇଜାନ-ଆର୍ମେନିଆ ମଧ୍ୟର ସଂଘର୍ଷ
୨୦୨୦ ସେପ୍ଟେମ୍ୱର ଛଅ ସପ୍ତାହ ଯାଏ ଚାଲିଥିବା ଯୁଦ୍ଧରେ ଆଜରବାଇଜାନ ସେନା ନଗୋନୋ-କାରାବଖ ଭିତରକୁ ପ୍ରବେଶ ପଶି ଆସିଥିଲା ଏବଂ ଆର୍ମେନିଆ ବଳକୁ ହଟାଇ ଦେଇଥିଲେ । ଏହାପରେ ସେହି ବର୍ଷ ନଭେମ୍ୱରରେ ରୁଷର ମଧ୍ୟସ୍ଥତାରେ ଆର୍ମେନିଆ ଶାନ୍ତି ବୁଝାମଣାକୁ ସ୍ୱୀକାର କରିଥିଲା ।