ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଋଣ ଛାଡ଼ କରିବାପାଇଁ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଲେ ବୁଣାକାର

29/06/2022 at 8:59 PM

କଣ୍ଟାବାଞ୍ଜି ୨୯/୦୬ : ବଙ୍ଗୋମୁଣ୍ଡା ଅଞ୍ଚଳର ବୁଣାକାରମାନଙ୍କ ଋଣ ଛାଡ଼ ଦାବି ନେଇ ସମାଜସେବୀ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଷୀଙ୍କ ନେତୃତ୍ୱରେ ବୁଣାକାରମାନେ ବଙ୍ଗୋମୁଣ୍ଡା ଆଞ୍ଚଳିକ ବ୍ୟାଙ୍କ ଶାଖା ପରିଚାଳକଙ୍କ ଜରିଆରେ ଜିଲ୍ଲା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଦାବି ପତ୍ର ଦେଇଛନ୍ତି। ବଙ୍ଗୋମୁଣ୍ଡା ବ୍ଲକରେ ମରୁଡି, ଦାଦନ ଏବଂ ଶ୍ରମିକ ପ୍ରବଣ ଅଞ୍ଚଳ ଭାବେ ବେସ ଜଣାଶୁଣା ବୋଲି ସେମାନେ ଦାବି ପତ୍ରରେ ଦର୍ଶାଇଛନ୍ତି। ଗତବର୍ଷ ମାନଙ୍କରେ କୋରୋନା ପ୍ରଭାବ ଏ ଅଞ୍ଚଳର ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ଏଭଲି ସମୟରେ ଲୋକେ କାମଧନ୍ଦା ଛାଡ଼ି ଘରେ ଭାଗ୍ୟକୁ ଆଦରି ବସି ରହିଥିଲେ।

ବୁଣାକାରମାନଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଯାହା ଫଳରେ ସେମାନେ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରି ପାରିଲେ ନାହିଁ। ବର୍ତ୍ତମାନ ସମୟରେ ବୁଣାକାରମାନଙ୍କ ସାମଗ୍ରୀ ଚଢ଼ା ଦରରେ ମିଲୁଛି ତେଣୁ ବୁଣାକାରମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଅନେକ ବୁଣାକାର ନିଜର କୌଳିକ ବୃତ୍ତି ଛାଡି ନିଜ ପରିବାର ପ୍ରତିପୋଷଣ କରିବାକୁ ଅନ୍ୟ କାମ କରୁଛନ୍ତି। ଏଭଲି ସ୍ଥିତିରେ ବ୍ୟାଙ୍କରୁ ଆଣିଥିବା ଋଣ କେମିତି ସୁଝିବେ ବୋଲି ପ୍ରଶ୍ନ କରିବା ସହ ତାଙ୍କ ଋଣ ଛାଡ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

   Related Posts