AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବାଟବଣା ଜଳ ଯୋଗାଣ ପ୍ରକଳ୍ପ, ବାବୁମାନଙ୍କ ମନମାନୀରେ ଚାଲିଛି ମନଇଚ୍ଛା କାର୍ଯ୍ୟ, ଜନତା ଜଳକା

27/12/2022 at 11:02 PM

ଭଦ୍ରକ: ଘର ଦ୍ଵାରରେ ପହଞ୍ଚିବ ସ୍ଵଚ୍ଛ ଓ ବିଶୁଦ୍ଧ ଜଳ। ରାଜ୍ୟ ସରକାରଙ୍କର ଏହି ପ୍ରକଳ୍ପ ସିନା ସାଧାରଣ ଜନତାଙ୍କ ପାଇଁ  କିନ୍ତୁ ସରକାରୀ ବାବୁଙ୍କର ଅବହେଳା ପାଇଁ ଚାଲିଛି ମନଇଚ୍ଛା କାର୍ଯ୍ୟ । ନିର୍ଦ୍ଧାରିତ ନିୟମକୁ ଉଲଂଘନ କରି କାର୍ଯ୍ୟ ଚାଲିଛି, ଏମିତି କି ଉପରିସ୍ଥ ଅଧିକାରୀ ତଦାରଖ କରିବା ବେଳେ ଭୁଲ ଜଳ ଜଳ ହୋଇ ଦିଶୁଥିବା ବେଳେ , କିନ୍ତୁ ବାବୁ କହିଛନ୍ତି , ରିପୋର୍ଟ ଦିଆଯିବ ।। ଭଦ୍ରକ ଜିଲ୍ଲାରୁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। କେମିତି ସରକାରୀ ଯୋଜନାକୁ ବାଟବଣା କରୁଛନ୍ତି ଠିକାଦାର ଓ ତଦାରଖ ଦାୟିତ୍ଵ ଥିବା ବାବୁ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅଧିନ ନିର୍ଗୁଣ୍ଡି ପଞ୍ଚାୟତର ଗୁହାଳିଆ ଗାଁ । ଏଠାକାର ବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ର ଅନୁମୋଦନ କରିଛନ୍ତି । କାର୍ଯ୍ୟ ଚାଲିଛି । ପମ୍ପ ଘର ଠାରୁ ଘର ସମ୍ମୁଖକୁ ପାଇପ ବିଛା ଯାଉଛି । ତେବେ ପାଇପ ଗୁଡିକ ଅଢେ଼ଇ ଫୁଟ ଗଭୀରତାରେ ବିଛା ଯିବା କଥା । କିନ୍ତୁ ଠିକାଦାରଙ୍କ ମନମାନି ଓ ତଦାରଖ ଦାୟିତ୍ୱ ରେ ଥିବା ସରକାରୀ ବାବୁ ଙ୍କର ଅନୁପସ୍ଥିତି ପାଇଁ କାର୍ଯ୍ୟ ଠିକ ହୋଇ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଯେ , କାମକୁ ନେଇ କୌଣସି ଫଳକ ନଥିବା ବେଳେ ପାଇପ ଗୁଡିକୁ କମ ଉଚ୍ଚତାରେ ବିଛା ଯାଇଛି । ଏମିତି କି ପାଇପ ବିଛା କାର୍ଯ୍ୟ ସରିବା ପରେ ଖୋଳା ଯାଉଥିବା ରାସ୍ତା ର ମରାମତି ମଧ୍ୟ କରାଯାଉ ନାହିଁ ।

ଗ୍ରାମବାସୀ ଙ୍କର ଏହି ଅଭିଯୋଗ ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ର ଅଧିକାରୀ ଯାଞ୍ଚ କରିଛନ୍ତି । ପାଇପ ବିଛା ଯାଇଥିବା ସ୍ଥାନରେ ଯାଞ୍ଚ ବେଳେ କେତେକ ସ୍ଥାନରେ ୧ ଫୁଟ ୧୦ ଇଞ୍ଚ ଗଭୀରତା ରେ ଥିବା ବେଳେ ଅନେକ ସ୍ଥାନ ରେ ନିର୍ଦ୍ଧାରିତ ଗଭୀରତା ରେ ପାଇପ ବିଛା ଯାଇଥିବା ଦେଖିବା ପାଇଁ ମିଳିଛି । ଏ ନେଇ ବିଭାଗୀୟ ଅଧିକାରୀ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ମପଚୁପ କରିଛନ୍ତି। ତେବେ ପାଇପ ବିଛାଇବା ରେ ଅନିୟମିତତା ହୋଇଥିବା ସ୍ପଷ୍ଠ ଦିଶୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଯାଞ୍ଚ ଚାଲିଛି । 

ଜଳ ଯୋଗାଣ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ରେ କାମ ନକରିବା ଅପରାଧ ନିଶ୍ଚିତ । ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ହୋଇଥିବା ଏହି ଯୋଜନା ତଦାରଖ ଓ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ଅବହେଳା ଯୋଗୁଁ କୌଣସି ବିପଦ ସୃଷ୍ଟି ନକରୁ ।

   Related Posts