oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଲଗାଣ ବର୍ଷାରେ ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ନୂଆ ପ୍ରାଚୀର, ନିମ୍ନମାନର କାମ ଯୋଗୁଁ ୩ବର୍ଷ ବି ତିଷ୍ଠିଲାନି

13/09/2021 at 2:41 PM

ଚଣ୍ଡୀଖୋଲ ୧୩/୦୯: ଠିକାଦାରଙ୍କ ନିମ୍ନମାନର ନିର୍ମାଣ କାର୍ଯ୍ୟର ଆଉ ଏକ ଉଦାହରଣ । ମାତ୍ର ବର୍ଷକ ତଳେ ହୋଇଥିବା ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ ୧୫୦ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଛି । ୨୦୧୭ ମସିହାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର ପ୍ରାୟ ୭୦ ଏକର ପରିମିତ ଜମି ଉପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା ।

ପ୍ରାଥମିକ ଭାବେ ଚତୁଃପାର୍ଶ୍ଵର ପାଚେରୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଚାରିବାଟିଆ ପୂର୍ତ୍ତ ବିଭାଗ ଡ଼ିଭିଜନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭାଗର ବଡ଼ଚଣା ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜନୈକ ଠିକାଦାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଇ ବର୍ଷକ ତଳେ ସମ୍ପୂର୍ଣ୍ଣ ହୋଇଥିଲା । ଆରମ୍ଭରୁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଆପତ୍ତି ଉଠାଇଥିଲେ ବି କେହି କର୍ଣ୍ଣପାତ କରି ନଥିଲେ ।

ତେବେ ଆଜି ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଅଭିଯୋଗ ହୋଇଛି । ମାତ୍ର ତିନି ଫୁଟ୍ ମାଟି ତଳୁ ହିଁ ନିମ୍ନ ମାନର କଂକ୍ରିଟ ପିଲାର ସବୁ ସ୍ଥାପନ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଇଟା କାନ୍ଥ ନିର୍ମାଣ ଓ ପଲସ୍ତରା କାର୍ଯ୍ୟ ବି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏବେ ପରିଲକ୍ଷିତ ହୋଇଛି । ପାଚେରୀ ଉପରି ଭାଗରେ ଲଗା ଯାଇଥିବା ଲୁହା ବାଡ଼ରେ ରଙ୍ଗ ନ ବୋଳି ଏବଂ କାଜୁ ଜଙ୍ଗଲ ମଧ୍ୟରେ ରହିଥିବା ପାଚେରୀର ବହୁ ଅଂଶକୁ ପଲସ୍ତରା କାର୍ଯ୍ୟ ନ କରି କିମ୍ୱା ରଙ୍ଗ ନ ବୋଳି ମଧ୍ୟ ଠିକାଦାର ସଂପୂର୍ଣ୍ଣ ବରାଦ ଅର୍ଥରାଶିକୁ ବିଲ୍ କରି ନେଇ ଯାଇଛନ୍ତି ।

ଯାହାକୁ ବିଭାଗୀୟ ଯନ୍ତ୍ରୀ ମାନେ ଅଣଦେଖା କରି ଠିକାଦାରଙ୍କୁ ବିଲ ପ୍ରଦାନ କରି ଦେଇଛନ୍ତି । ଅନ୍ୟପକ୍ଷରେ ଯେଉଁ କୋଣ ଦେଇ ସେହି ୭୦ ଏକର ପରିମିତ ଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ ସେହି ଅଞ୍ଚଳଟି ଢାଲୁ ରହିଛି । ମାତ୍ର ପାଚେରୀ ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଓ ଠିକାଦାର ଆଦୂରଦର୍ଶୀ ରହି ସେହି ସ୍ଥାନରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ କରି ତାହାକୁ ଇଟା ପାଚେରୀ ମଧ୍ୟରେ ଆବଦ୍ଧ କରି ରଖିଦେବା ଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବର୍ଷା ଜଳ ଗଚ୍ଛିତ ହୋଇ ରହିବା କାରଣରୁ ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିଲା । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

   Related Posts