Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଲା କରୋନା: ବାବାଙ୍କୁ ଦର୍ଶନ ନ କରିବା ଲାଗି ଭକ୍ତମାନଙ୍କୁ ଅନୁରୋଧ କଲେ ଟ୍ରଷ୍ଟ ଅଧିକାରୀ

15/03/2020 at 7:25 PM

ମହାରାଷ୍ଟ୍ର୧୫/୩: କରୋନା ସମସ୍ତଙ୍କୁ କରିଛି ଆତଙ୍କିତ। ଭାରତରେ ଏପର୍ଯ୍ୟନ୍ତ ୧୦୮ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏବଂ ଏହି ଭୟଙ୍କର ରୋଗରେ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଏଭଳି ପରିସ୍ଥିରେ ଏହି ମହାମାରୀକୁ ଅଟକାଇବା ପାଇଁ ଦେଶର ଅନ୍ୟତମ  ବଡ଼ ଧାର୍ମିକ ସଂସ୍ଥାନ ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟ ବି ବଡ଼ ପଦକ୍ଷେପ ନେଇଛନ୍ତି।

କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ସାଇବାବା ଶିରିଡି ସାଇଙ୍କ ଟ୍ରଷ୍ଟ ଏକ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କୁ ନ ଦର୍ଶନ ନ କରିବା ପାଇଁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କିଛିଦିନ ପାଇଁ ଭକ୍ତମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖିବାକୁ ରବିବାର ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟର ଚିଫ୍‌ ଏକଜ୍ୟୁକିଟିଭ ଅଫିସର ଅରୁଣ ଡୋଙ୍ଗରେ କହିଛନ୍ତି।

 ଶନିବାର ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରରେ ଥିବା ସମସ୍ତ ସଦସ୍ୟଙ୍କୁ ମାସ୍କ ଯୋଗାଇ ଦେବା ସହ ମନ୍ଦିର ଭିତରେ ଥିବା ସମସ୍ତ ଲୋକଙ୍କୁ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହାସହ ଭକ୍ତମାନେ ଠିଆ ହେଉଥିବା ରେଲିଂକୁ ପ୍ରତି ୩୦ମିନିଟରେ ଥରେ ସଫା କରାଯାଉଥିବା କଥା ମଧ୍ୟ କୁହାଯାଇଛି। ଏଥିସହିତ ମହାରାଷ୍ଟ୍ର ସରକାର ଏହି ମହାମାରୀ ବ୍ୟାପିବାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ, କଲେଜ, ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ, ସୁଇମିଂ ପୁଲ ଓ ମଲ୍‌କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ।

   Related Posts