ପ୍ରଥମ ଥର ଉଡ଼ାଜାହଜ ଚଢ଼ିଲେ ତେଲଙ୍ଗାନାର ୟୁଟ୍ୟୁବର ଜେଜେମା, ମନ ଜିଣିଦେବ ଭିଡିଓ…
9/03/2023 at 10:53 PM

ନୂଆଦିଲ୍ଲୀ, ୦୯/୦୩: ସୋସିଆଲ ମିଡିଆର ବ୍ୟବହାର ବଢ଼ିବା ପରଠାରୁ ଅନେକ କଳାକାରଙ୍କ ପ୍ରତିଭା ସାମ୍ନାକୁ ଆସିଛି। ଅନେକ ଲୁକ୍କାୟିତ କଳା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରେ କିଛି ଏଭଳି ଅଛନ୍ତି ଯେଉଁମାନେ ଅବସର ବୟସ ସମୟରେ ମଧ୍ୟ ଏଭଳି ସଫଳତା ହାସଲ କରିଛନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି। ଏଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ତେଲଙ୍ଗାନାର ୬୦ ବର୍ଷୀୟ ମିଲକୁରୀ ଗଗବା। ଯିଏକି ଜଣେ ଚାଷୀରୁ ଜଣେ ଲୋକପ୍ରିୟ ୟୁଟ୍ୟୁବର ପାଲଟିଛନ୍ତି। ନିଜର ପରିଶ୍ରମ ଏବଂ କଳା ଯୋଗୁଁ ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି।
ମିଲକୁରୀ ତେଲଙ୍ଗାନାର ଲମ୍ବାଡୀପଲ୍ଳୀରେ ରହୁଛନ୍ତି। ସେଠାରେ ସେ ଚାଷ ବାସ ତଥା ମୁଲ ଲାଗି ନିଜର ପିଲାଙ୍କ ଭରଣ ପୋଷଣ କରୁଥିଲେ। ତାଙ୍କର ମଦ୍ୟପ ସ୍ବାମୀ ତାଙ୍କୁ ଖୁବ୍ ମାଡ଼ ମାରୁଥିଲେ। ତେବେ ୫୭ ବର୍ଷରେ କିଛି ଏଭଳି ହୋଇଥିଲା ଯେ ତାହା କେହି ଚିନ୍ତାବି କରିନଥିଲେ।
ପ୍ରକୃତରେ ଗଙ୍ଗଓ୍ବାଙ୍କ ଜ୍ବାଇଁ ଶ୍ରୀକାନ୍ତ ଶ୍ରୀରାମ ଗଙ୍ଗଓ୍ବାଙ୍କୁ ନିଜର ‘ମାଇ ଭିଲେଜ ଶୋ’ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦେଖାଇଥିଲେ। ଶ୍ରୀକାନ୍ତ କହିଥିଲେ ଯେ ଗଗଓ୍ବା କ୍ୟାମେରାରେ ବିଲକୁଲ୍ ସାଧାରଣ ବ୍ୟବହାର କରୁଥିଲେ। ବୋଧ ହୁଏ ଏହାହିଁ ଲୋକଙ୍କୁ ପସନ୍ଦ ଆସିଥିଲା। ଆଉ ତାପରେ ଭିଡିଓ ପ୍ରସ୍ତୁତ କରିବା ଜାରି ରହିଥିଲା। ଏବଂ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥଲା। ଏହାପରେ ଗଗଓ୍ବା ସୋସିଆଲ ମିଡିଆରେ ରାତା ରାତି ଷ୍ଟାର ପାଲଟିଯାଇଥିଲେ। ଏମିତିକି ଗଙ୍ଗଓ୍ବା ଅନେକ ତେଲୁଗୁ ଫିଲ୍ମ ଏବଂ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ।
ତେବେ ଏହାରି ମଧ୍ୟରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଭିଡିଓରେ ସେ ପ୍ରଥମ ଥର ନିଜ ଜୀବନରେ ବିମାନ ଚଢ଼ୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଗତ ମାସରେ ସେୟାର କରାଯାଇଥିଲା। ଭିଡିଓରେ ସେ ପ୍ରଥମ ଥର ବିମାନ ଚଢ଼ୁଥିବାର ଅନୁଭବକୁ ସେୟାର କରାଯାଇଛି। ଯେଉଁ ଭିଡିଓରେ ତାଙ୍କର ନୀରିହତାକୁ ଦେଖି ଲୋକେ ଖୁବ୍ ପସନ୍ଦ କରିଛନ୍ତି।