Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବିନୋଦ ମଣ୍ଡଳଙ୍କ ହତ୍ୟାକାଣ୍ଡରେ ତାତିଲେ ଗାଁ ଲୋକେ: ଥାନାକୁ କଲେ ଘେରାଉ

22/06/2020 at 5:46 PM

ସାଲେପୁର୨୨/୬: ବହୁ ଚର୍ଚ୍ଚିତ ବିନୋଦ ମଣ୍ଡଳଙ୍କ ହତ୍ୟାକାଣ୍ଡରେ ତାତିଲେ ଗାଁ ଲୋକେ। ପୋଲିସ୍‌ର ଅବହେଳା ଯୋଗୁଁ ବିନୋଦଙ୍କ ହତ୍ୟା ହୋଇଥିବା ଦାୟୀ କରି କଟକ ଜିଲ୍ଲା କିଶନ ନଗରଥାନାକୁ ଘେରାଉ କଲେ ବିନୋଦଙ୍କ ପରିବାର ଓ ସ୍ଥାନୀୟ ଲୋକେ।

ଗତ ମେ‌ ମାସ ୨୬ ‌ତାରିଖ ଦିନ କିଶନନଗର ଥାନା କିଶନନଗର ଗାଁର ବିଜୟ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ କଟକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ। ହେଲେ ପୁଅ ବିନୋଦ ଆଉ ଘରକୁ ଫେରି ନଥିଲେ। ଗତ ମେ ମାସ ୨୯ ତାରିଖରେ ବାପା ବିଜୟ ମଣ୍ଡଳ କିଶନ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ପୋଲିସ୍‌ର କୋହଳ ମନୋଭାବ ପାଇଁ ବିନୋଦକୁ ଖୋଜି ପାଇନଥିଲେ କିଶନନଗର ପୋଲିସ୍। ଆଉ ଚଳିତ ମାସ ୧୯  ତାରିଖ ଦିନ ବାରଗୋଡିଆ ମହାନଦୀ ପଠାରୁ ବିନୋଦଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ମିଳିଥିଲା।

ପୋଲିସ ଏହି ଶବକୁ ଜବତ କରି ଡିଏନଏ ଟେଷ୍ଟ ପାଇଁ ପଠାଇଛି। ଆଜି କିଶନ ନଗରଥାନାକୁ ବିନୋଦଙ୍କ ପରିବାର ଓ ଗ୍ରାମବାସୀମାନେ ଧାରଣା ଏବଂ ଘେରାଉ କରିଛନ୍ତି। ତୁରନ୍ତ ଥାନାର ଏଏସଆଇଙ୍କ ବଦଳି, ବିନୋଦଙ୍କ ପତ୍ନୀ ନମିତା ଦାସଙ୍କୁ ତଦନ୍ତ ପରିସର ଭୁକ୍ତ, ଏହି ପରି ଆଉ ୫ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଆନ୍ଦୋଳନକୁ ଉତ୍କଳ ବିକାଶ ପରିଷଦ ସମର୍ଥନ କରିବା ସହିତ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବି ପତ୍ର ଦେଇଛି।

   Related Posts