oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଂକ୍ରମଣ ଭୟରେ ମାନବିକତା ଭୁଲି ଗଲେ ଗ୍ରାମବାସୀ, ଧମକ ଚମକ ଦେଇ ଯାଯାବରଙ୍କୁ ଗାଁରୁ ତଡି ଦେଲେ

24/05/2021 at 10:30 PM

ପାଟଣା : କରୋନା କାଳରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲୀପଶି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। କରୋନା ମହାମାରୀ ଭୟରେ ମାନବିକତା ଭୁଲିଗଲେ ମଲ୍ଲିପଶି ଗ୍ରାମବାସୀ । ସୂଚନା ଅନୁସାରେ ମହାରାଷ୍ଟ୍ରର ନାଗପୁର ଜିଲା ଅଞ୍ଚଳର  ୪୦ ରୁ ଉର୍ଦ୍ଧ୍ବ ପରିବାରର  ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଲୋକେ ଆସି ପାଟଣା ଥାନା ମୂଷାଖରୀ ପଞ୍ଚାୟତ  ମଲ୍ଲୀପଶି ବଜାର ହାଟ ପଡିଆରେ ରହି ଆଖ ପାଖ ଅଞ୍ଚଳରେ ଲୋକଙ୍କ ହାତ ଦେଖି ଓ  ଜଡିବୁଟି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ।

କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଅବଧି ବଢାଇବାରୁ ଏଠାରେ  ଭୋକ ଉପାସରେ ରହିଥିଲେ ଏହି ନାଗପୁର ଅଞ୍ଚଳର ଲୋକ। ଅନ୍ୟପଟେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଜୀବନକୁ ଆଦରି  ଭୋକ ଉପାସରେ ରହୁଥିବା ବେଳେ  ଆଜି ଅପରାହ୍ନରେ କିନ୍ତୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗ୍ରାମର କିଛି ମହିଳା ଓ ପୁରୁଷ କରୋନା କାଳରେ ମାନବିକତାକୁ ଭୁଲିଯାଇ  ଏକ ଜୁଟ ହୋଇ ଗାଁରୁ ପଳାଇବାକୁ ସେମାନଙ୍କୁ ଧମକ ଚମକ ଦେଇଥିଲେ। ଫଳରେ କିଛି ପରିବାର ଭୟଭୀତ ହୋଇ ପଳାଇ ଯାଇଥିବା ଜଣା ପଡ଼ିଛି ।

ହେଲେ ଏଠି ପ୍ରଶ୍ନ ଉଠୁଛି ଏଠାରେ ଏତେ ପରିବାର ଫସି ରହିଥିବା ଖବର ବ୍ଲକ ପ୍ରଶାସନ ପାଖରେ କେମିତି ରହିଲା ନାହିଁ ଆଉ ଯଦି ଥିଲା ତାଙ୍କୁ ପଠାଇବାର ବ୍ୟବସ୍ଥା କାହିଁକି କରାଗଲା ନାହିଁ। ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଏଭଳି ଏକ ଅଭାବନୀୟ ଘଟଣା ଆଜି ମଲ୍ଲିପଶିରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପାଟଣା ଥାନା ଅଧିକାରୀଙ୍କୁ ପଚାରିବାରୁ କରୋନା ଭୟରେ ବାହାର ଲୋକଙ୍କୁ ପଠାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ଅନ୍ୟପଟେ ଏ  ସମ୍ପର୍କରେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଓ ମୂଷାଖରୀ ସରପଞ୍ଚ ଭାମାମଣି ଦାସଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ।

   Related Posts