ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବେଆଇନ ପଥର ଖଣିକୁ ନେଇ ହନ୍ତସନ୍ତ ଗ୍ରାମବାସୀ, ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଗୁହାରି

24/11/2022 at 5:23 PM

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୀହଲପ୍ରସାଦ ପ୍ରସାଦ ମୌଜାରେ ଏକ ବେଆଇନ ପଥର ଖଣିକୁ ନେଇ ଗ୍ରାମବାସୀ ନାକେଦମ ହେଲେଣି। ନିହଲ ପ୍ରସାଦ ଗ୍ରାମ ନିକଟରେ ଏକ ପର୍ବତ ଦୁଇ କିସମ ପାହାଡିଆ ଜାଗାରେ ଜଣେ ମୁଷ୍ଟିମେୟ ଲୋକ ବେଆଇଅନ ଭାବେ କଳା ମୁଗୁନି ପଥର ଖନନ କରି ଟ୍ରିପ ଟ୍ରିପ ଚୋରା ଚାଲାଣ କରୁଛନ୍ତି । ଏ ସମ୍ପର୍କରେ ରାଜସ୍ୱ କର୍ମଚାରୀ ଓ ଏହି ଖଣି ମାଫିଆଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର ।

ଏପଟେ ବେଆଇନ ପଥର ବ୍ଳାଷ୍ଟିଂ ଯୋଗୁଁ ଗ୍ରାମବାସୀ, ଗାଈ ଗୋରୁ ଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ଯାଏ ସମସ୍ତେ ଅସୁରକ୍ଷିତ ହୋଇ ପଡୁଛନ୍ତି । ମାତ୍ର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାରୀ ବାବୁ ମାନେ ହାତ ବାନ୍ଧି ବସୁଛନ୍ତି । ଯାହାକୁ ନେଇ ଏହି ନିହଲ ପ୍ରସାଦ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ନିହଲ ପ୍ରସାଦ ଗ୍ରାମ ବାସୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଲିଖିତ ଭାବେ ଗୁହାରି କରିଛନ୍ତି । ଏ ଦିଗରେ ତୁରନ୍ତ ସମାଧାନ ନହେଲେ ଆଗାମୀ ସମୟରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ ଚେତାବନୀ ଦେଇଛନ୍ତି।

   Related Posts