Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରିଯାନ ପାଇଁ ମରଣଜନ୍ତା ପାଲଟିଲା ଗାଁ ରାସ୍ତା, ପ୍ରତିବାଦରେ ରାସ୍ତା ଅବରୋଧ

19/09/2023 at 6:55 PM

ଢେଙ୍କାନାଳ:  ଢେଙ୍କାନାଳ ସଦର ଥାନା ନିକଟର ଥିବା ଅସନବାହାଳି ଗ୍ରାମକୁ ଯାଇଥିବା ରାସ୍ତା ମରଣଜନ୍ତା ପାଲଟି ଯାଇଛି। ଗାଁ ରାସ୍ତାରେ ସ୍ଥାନୀୟ ନର୍ଭେରାମ ଓ ଅନ୍ୟ କେତେକ ଛୋଟ ମୋଟ କାରଖାନାକୁ ଭାରି ଯାନ ଚଳାଚଳ ଯୋଗୁଁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା ମରଣଜନ୍ତା ଯୋଗୁଁ ଗ୍ରାମବାସୀଳ ମହଲରେ ଉତ୍ତେଜନା ପ୍ରକାଶ ପାଇଛି।

Also read- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ପ୍ରତିବାଦରେ ଆଜି ଗ୍ରାମବାସୀ ଏହି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଏହି ରାସ୍ତା ଦେଇ କାରଖାନା ଗୁଡିକୁ ଯାଉଥିବା ସମସ୍ତ ଗାଡି ମଟର ଚଳାଚଳ ଠପ୍ ହୋଇଯାଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ବୁଝା ସୁଝା କରିଥିଲା।   ପରେ  ରାସ୍ତା ମରାମତି କରାଯିବା ପ୍ରତିଶ୍ରୁତି ପାଇ ଦୀର୍ଘ  ଦେଢ଼ ଘଣ୍ଟା ପରେ ରାସ୍ତାରୁ ହଟି ଥିଲେ ଉତ୍ତ୍ୟକ୍ତ ଅସନ ବାହାଳି ଗ୍ରାମବାସୀ।

ଲୋକଙ୍କ ଅଭିଯୋଗ ହେଲା , ଶିଳ୍ପ ଗଢି ଉଠିଲେ ଅଞ୍ଚଳ ବାସୀଙ୍କ ଉନ୍ନତି ହେବ ବୋଲି ଲୋକେ ଆଶା କରିଥିଲେ । ମାତ୍ର କାରଖାନା ଯୋଗୁଁ ଅଞ୍ଚଳବାସୀଙ୍କ ଦୁଃଖ ବଢ଼ିବାରେ ଲାଗିଛି। କାରଖାନାକୁ ଯିବା ଆସିବା କରୁଥିବା ଭାରି ଯାନ ଯୋଗୁଁ ଗାଁ ରାସ୍ତା ମରଣଜନ୍ତା ପାଲଟି ଯାଇଛି।  କାରଖାନା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି  ପ୍ରଶାସନ ଯାଏଁ ଗୁହାରି କରି କରି କେହି ଶୁଣୁନାହାନ୍ତି ଗ୍ରାମବାସୀଙ୍କ ସମସ୍ୟା । ଆଉ ଶେଷରେ ନିରାଶ ହୋଇପଡିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଗ୍ରାମବାସୀ ଉତ୍ତ୍ୱେଜିତ ହୋଇ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ବୋଲି ପ୍ରକାଶ କରିଛନ୍ତି।

   Related Posts