ଭାରତ-ପାକ୍‌ ସୀମାରେ ପ୍ରେମର ବିଜୟ, ସୀମା ଡେଇଁଲେ ‘ପ୍ରେମ’ରେ ହସିଛନ୍ତି ଏମାନେ…

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ ୦୮।୧୨:  ଗଦର୍‌ ଫିଲ୍ମକୁ କରୁଛନ୍ତି କି କପି । ପୁରା ଫିଲ୍ମ ପରି ପ୍ରେମ । କିଏ ଭାରତରୁ ପାକିସ୍ତାନ ତ, ଆଉ କିଏ ପାକିସ୍ତାନରୁ ଭାରତକୁ ଆସୁଛନ୍ତି ନିଜ ପ୍ରେମ ପାଇଁ । ବର୍ଡରରେ ପାର୍‌ର ପ୍ରେମ କାହାଣୀ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ  ସାମ୍ନାକୁ ଆସୁଛି । ବର୍ତ୍ତମାନ ଭାରତ-ପାକ୍‌ ସୀମା ଆଉ ଏକ ପ୍ରେମ କାହାଣୀ । ମିଳିଛି ଗ୍ରୀନ୍ ସିଗ୍ନାଲ। ଆଉ ଓ୍ୱାଘା ବର୍ଡର ଡେଇଁ ଭାରତକୁ ଆସିଛି କନିଆଁ । ଭାରତର ବରକୁ ଜୀବନସାଥୀ କରିବେ ପାକିସ୍ତାନୀ ମହିଳା ।

{"id":880181,"sizeSlug":"full","linkDestination":"none"}

ଦେଶରେ ରୀତିନୀତି ଅନୁସାରେ ହେବ ନିକାହା । ଏଥିପାଇଁ ଭାରତ ସରକାର ଦେଇଛନ୍ତି ଅନୁମତି । ଏ ହେଉଛନ୍ତି ପାକିସ୍ତାନ କରାଚିର ଜାଭରିୟା ଖାନମ। ଭାତରର ସମୀର ଖାନ୍ଙ୍କୁ ସେ କରିବେ ଜୀବନ ସାଥୀ।  ସମୀର କୋଲକାତାରେ ରୁହନ୍ତି । ଓ୍ୱାଘା ବର୍ଡର ଡେଇଁ ଜାଭରିୟା ପାକିସ୍ତାନରୁ ଆସିଛନ୍ତି ଭାରତ ।  ଆଉ ତାଙ୍କୁ ସ୍ବାଗତ କରିବାକୁ ସମୀର ଏବଂ ତାଙ୍କ ବାପା ମହମ୍ମଦ କମଲ ଖାନ୍ ଓ୍ବାଘା ବର୍ଡରରେ ପହଞ୍ଚିଥିଲେ । ସେଠାରୁ ସେ ତାଙ୍କର ଭାବି ବୋହୂକୁ ପାଛୋଟି ଆଣିଥିଲେ ଘରକୁ ।

{"id":880182,"width":839,"height":472,"sizeSlug":"full","linkDestination":"none"}

ଭାରତ ସରକାର ତାଙ୍କୁ ୪୫ ଦିନର ଭିସା ଦେଇଛନ୍ତି । ତେବେ ପୂର୍ବରୁ ଜାଭରିୟା ଖାନମଙ୍କୁ ଭିସା ମିଳିନଥିଲା। ୨-୨ଥର ତାଙ୍କର ଭିସା ହୋଇଛି କ୍ୟାନସଲ୍‌ । ଏଥିପାଇଁ ଉଭୟ ପରିବାରର ଚିନ୍ତାରେ ପଡ଼ି ଯାଇଥିଲେ।କିନ୍ତୁ ବର୍ତ୍ତମାନ ତାଙ୍କୁ ମିଳିଛି ମାତ୍ର ୪୫ ଦିନ ପାଇଁ ଭିସା । ଜାଭରିଆ ଏବଂ ସମୀର କିଛି ଦିନ ମଧ୍ୟରେ ବିବାହ କରିବେ । ଏହା ପରେ ସେ ଭାରତ ସରକାରଙ୍କ ଠାରୁ ଦୀର୍ଘକାଳୀନ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ।

{"id":880183,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ଅନେକ ସୀମା ପାର ପ୍ରେମ ଦେଖିବାକୁ ମିଳିଛି । ସେ ଅଞ୍ଜୁ ହୁଅନ୍ତୁ କିମ୍ବା ସୀମା ହାଇଦର । ଏମାନଙ୍କର ପ୍ରେମ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା । ନିକଟ ଅତୀତରେ ପାକିସ୍ତାନୀ ମହିଳା ସୀମା ହାଇଦର ନିଜ ଅନଲାଇନ୍‌ ଗେମିଂରୁ ପରିଚିତ ଭାରତର ସଚିନ୍‌ ମୀନାଙ୍କ ପ୍ରେମରେ ପଡିଯାଇଥିଲେ । ଆଉ ସଚିନଙ୍କୁ ପାଇବା ପାଇଁ ସେ ଭାରତକୁ ଆସିଥିଲେ । କିନ୍ତୁ ସେ ଥିଲେ ଜାଭରିୟାଙ୍କ ବିପରୀତ । ସେ ଅବୈଧ ରୂପେ ଭାରତରେ କରିଥିଲେ ପ୍ରବେଶ ।

{"id":880184,"width":838,"height":471,"sizeSlug":"full","linkDestination":"none"}

ସେହିପରି ଆଉ ଏକ କାହାଣୀ ହେଉଛି ଅଞ୍ଜୁଙ୍କର । ଯିଏକି ନିଜ ପ୍ରେମ ପାଇଁ ପିଲାଙ୍କୁ ଛାଡି ଭାରତରୁ ଚାଲି ଯାଇଥିଲେ ପାକିସ୍ତାନ । ଏମାନଙ୍କର ପ୍ରେମ ଫେସ୍‌ବୁକ୍‌ରୁ ହୋଇଥିଲା । ଆଉ ସେ ସେଠାରେ ଧର୍ମ ପରିବର୍ତ୍ତନ କରି ନସରୁଲ୍ଲାହଙ୍କ ସହ କରିଥିଲେ ନିକାହ । ଅଞ୍ଜୁ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଖୀଷ୍ଟ୍ରିଆନ ଥିଲେ । ସେତେବେଳେ ଅଞ୍ଜୁ ଭିସା ନେଇ ପାକିସ୍ତାନ ଯାଇଥିଲେ । ଆଉ କହିଥିଲେ କି ସେ ନିଜ ଫେସବୁକ ସାଙ୍ଗକୁ ଭେଟିବା ପାଇଁ ଯାଇଛନ୍ତି ଏବଂ କିଛି ଦିନରେ ଫେରିଆସିବେ । କିନ୍ତୁ ସେ ପାକିସ୍ତାନର ନସରୁଲ୍ଲାଙ୍କୁ ବିବାହ କରିଥିଲେ ।  

You Can Read:

wp:embed {"url":"https://www.prameyanews7.com/home-vastu-tips-dont-keep-these-things-in-your-house-to-avoid-badluck/?_thumbnail_id=880172","type":"wp-embed","providerNameSlug":"prameya-news-7"}
https://www.prameyanews7.com/home-vastu-tips-dont-keep-these-things-in-your-house-to-avoid-badluck/?_thumbnail_id=880172
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.