ଘରେ ବାଇକ୍, ଚାଲାଣ କଟିଲା ଅନ୍ତ ସ୍ଥାନରେ : ଭୁଲ୍ ଚାଲାଣ ଯୋଗୁଁ ନୟାନ୍ତ ହେଲେଣି ଗାଡି ମାଲିକ
19/09/2023 at 3:19 PM

ଆନନ୍ଦପୁର ୧୯।୯: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘସିପୁରା ଗାଁର ଜଣେ ବାଇକ୍ ଚାଳକଙ୍କର ବିନା ଦୋଷରେ ଚାଲାଣ କଟିବାକୁ କେନ୍ଦ୍ରକରି ନୟାନ୍ତ ହେଉଛନ୍ତି । ରଞ୍ଜନ କୁମାର ସାହୁ ନାମକ ଏହି ବ୍ୟକ୍ତିଙ୍କର ବାଇକ୍ ଚଳିତ ମାସ ୮ତାରିଖରେ ଘରେ ଥିବା ସମୟରେ ହଠାତ ପରିବହନ ବିଭାଗରୁ ହଜାରେ ଟଙ୍କାର ଚାଲାଣ କଟିଥିବା ମୋବାଇଲକୁ ମେସେଜ୍ ଯୋଗେ ସୂଚନା ଆସିଥିଲା । ମୋଟର ଯାନ ଆଇନ ଧାରା ୧୭୪(ସି)ରେ ଦୁଇରୁ ଅଧିକ ବ୍ୟକ୍ତି ବାଇକ୍ରେ ବସି ଯାତ୍ରା କରୁଥିବା ଅଭିଯୋଗରେ ଏହି ଚାଲାଣ କଟିଥିବା ସୂଚନା ରହିଥିଲା । ଏଥିସହ ନିୟମ ଉଲ୍ଲଘଂନ କରୁଥିବା ସମୟର ସିସିଟିଭି ଫୁଟେଜ୍ ମଧ୍ୟ ଚାଲାଣରେ ରହିଥିଲା ।
ବାଇକ୍ ଘରେ ଥିବା ସମୟରେ ଚାଲାଣ କିଭଳି କଟିଲା ତାକୁ ନେଇ ଆଶ୍ଚର୍ଯ୍ୟ ହେବାସହ କେହି କେନ୍ଦୁଝର ଠାରେ ତାଙ୍କ ବାଇକ୍ ନମ୍ବର ବ୍ୟବହାର କରି ଅନ୍ୟ ଏକ ବାଇକ୍ ଚଳାଉଥିବା ସନ୍ଦେହ କରି ଘଟଣା ସମ୍ପର୍କରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ରଞ୍ଜନ । ହେଲେ ଏପର୍ଯ୍ୟନ୍ତ ଭୁଲ୍ ଚାଲାଣର କୌଣସି ସମାଧାନ ହେବା ତ ଦୂରର କଥା ଓଲଟା ତାଙ୍କୁ ଅଯଥାରେ ନୟାନ୍ତ ହେବାକୁ ପଡୁଥିବା କହିଛନ୍ତି ।
You Can Read :