ଦିଗପହଣ୍ଡି : ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିଂ ପାର୍ଟିକୁ ନେଇ ଯାଉଥିବା ମିନି ବସ୍ ଓଲଟିପଡ଼ିଛି । ଚିକିଟି ପିତାତଳି କେନାଲ ବାଙ୍କ ଠାରେ ଦୁର୍ଘଟଣା ଘଟିଛି ।
ମେ ୧୩ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ପୋଲିଂ କର୍ମଚାରୀ ନିଜ ନିଜ ପୋଲିଂ ବୁଥ୍ ଅଭିମୁଖେ ବାହାରିଛନ୍ତି । ତେବେ ଏହା ପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି । ମିଳିଥିବା ଖବର ଅନୁସାରେ ବ୍ରହ୍ମହପୁରରୁ ବାହାରି ପାତ୍ରପୁର ଅଭିମୁଖେ ଯାଉଥିବା ମିନି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିଟି ଓଲଟି ପଡ଼ିବାରୁ ୨ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଡ଼ିରେ ୧୫ ଜଣ ଥିବା ଜଣାପଡ଼ିଛି ।