ବିଶ୍ୱର ଆରବପତି ମହିଳାଙ୍କ ତାଲିକାରେ ପଞ୍ଚମରେ ଭାରତ; ସାବିତ୍ରୀ ଜିନ୍ଦଲ ଦେଶର ସବୁଠାରୁ ଧନୀ ମହିଳା

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ପ୍ରକାଶ ପାଇଛି। ଏଥିରେ ମଧ୍ୟ ଆମେରିକା ନମ୍ବର ୱାନ୍‌ରେ ରହିଛି। ଆମେରିକାର ସବୁଠାରୁ ଅଧିକ ଆରବପତି ମହିଳା ଅଛନ୍ତି। ଅନ୍ୟପଟେ ଭାରତ ଏହି ତାଲିକାରେ ଶୀର୍ଷ ୫ରେ ରହିଛି।

ସିଟି ଇଣ୍ଡେକ୍ସର ନୂଆ ଇଣ୍ଟରନ୍ୟାସ୍‌ନାଲ ୱିମେନ୍ ଡେ ଷ୍ଟଡିର ରିପୋର୍ଟ ଅନୁସାରେ, ଭାରତରେ ୧୫ ମହିଳା ଆରପପତିଙ୍କ ତାଲିକାରେ ସାମିଲ୍ ଅଛନ୍ତି। ଏମାନଙ୍କ ମଧ୍ୟରୁ ସାବିତ୍ରୀ ଜିନ୍ଦଲ ସର୍ବାଗ୍ରେ ଅଛନ୍ତି। ୨୦.୨ ବିଲିଅନ ଡଲାର ସମ୍ପତ୍ତି ସହିତ  ସାବିତ୍ରୀ ଭାରତରେ ସବୁଠାରୁ ଧନୀ ମହିଳା ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ସାଇରସ ମିସ୍ତ୍ରୀଙ୍କ ପତ୍ନୀ ରୋହିକା ସାଇରସ ମିସ୍ତ୍ରୀ। ରୋହିକାଙ୍କ ପାଖରେ ୭.୫ ବିଲିଅନ ଡଲାର ସମ୍ପତ୍ତି ରହିଛି।  

ସିଟି ଇଣ୍ଡେକ୍ସର ରିପୋର୍ଟ ଅନୁସାରେ ବିଶ୍ୱର ଏକ ନମ୍ବର ଧାନୀ ମହିଳା ହେଉଛନ୍ତି ରିଟେଲ୍‌ କମ୍ପାନୀ ୱାଲ୍‌ମାଟ୍‌ ମାଲିକାଣି ଏଲିସ୍ ୱାଲ୍ଟନ। ତାଙ୍କ ନେଟ୍‌ ୱର୍ଥ ୭୮ ବିଲିଅନ ଡଲାର ରହିଛି। ହେଲେ ବ୍ଲୁମବର୍ଗର ବିଲେନିୟର୍ସ ଇଣ୍ଡେକ୍ସ ହିସାବରେ ୱାଲ୍‌ଟନ ଧନୀ ମହିଳା ତାଲାକିରେ ୧୯ ନମ୍ବର ସ୍ଥାନରେ ରହିଛନ୍ତି। ଆରବପତି ମହିଳାଙ୍କ ତାଲିକାରେ କେବଳ ଆମେରିକାର ୯୭ ଜଣ ମହିଳା ଅଛନ୍ତି। ଯାହା ଅନ୍ୟ ଦେଶ ଠାରୁ ଅଧିକ।

କେଉଁ ଦେଶର କେତେ ମହିଳା ଆରବପତି ?

{"width":852,"height":1001}

ଭାରତ ଠାରୁ ଏହି ଦେଶମାନଙ୍କ ରହିଛନ୍ତି ଅରବପତି ମହିଳା

ସିଟି ଇଣ୍ଡେକ୍ସ ଷ୍ଟଡି ଅନୁସାରେ, ବିଶ୍ୱର ପ୍ରତି ୫ ଧନୀ ମହିଳାରେ ଆମେରିକାର ୪  ମହିଳା ଆସୁଛନ୍ତି। ଏହି ତାଲିକାର ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନରେ ୪୨ ଜଣ ମହିଳା ଆରବତି ତାଲିକାରେ ଆସୁଛନ୍ତି। ୟୁରୋପର ସବୁଠାରୁ ବଡ଼ ଅର୍ଥନୀତି ଦେଶ ଜର୍ମାନୀରେ ୨୨ ମହିଳା ଅରବପତି ରହିଥିବା ବେଳେ ଏହି ଦେଶ ତୃତୀୟ ସ୍ଥାନରେ ରହିଛି। ୧୯ ମହିଳଆ ଆରବପତିଙ୍କ ସହ ଇଟଲି ଚତୁର୍ଥ ସ୍ଥାନରେ ଥିବା ବେଳେ ୧୫ ମହିଳା ଆରବପତିଙ୍କ ସହ ଭାରତ ପଞ୍ଚମ ସ୍ଥାନରେ ରହିଛି।

ଆରବପତି ମହିଳାଙ୍କ ତାଲିକାରେ ଶ୍ରୀର୍ଷ-୧୦ ଦେଶ

ସିଟି ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ, ସ୍ୱିଜରଲାଣ୍ଡ ଓ ବ୍ରାଜିଲ ପାଖରେ ୯ ଜଣ ଲେଖାଏ ମହିଳା ଆରବତି ଅଛନ୍ତି। ତେଣୁ ୩ ଦେଶ ମିଳିତ ଭାବେ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ହଙ୍ଗ୍‌କଙ୍ଗ୍, ସ୍ପେନ୍, ସ୍ୱୀଡେନ ଓ ଫ୍ରାନ୍ସ ପାଖେ ୭ ଜଣ ଲେଖାଏ ମହିଳା ଆରବପତି ଅଛନ୍ତି। ଏହି ୪ ଦେଶ ତାଲିକାରେ ସୁପ୍ତମ ସ୍ଥାନରେ ରହିଛନ୍ତି।  କାନାଡ଼ା ଓ ଦକ୍ଷିଣ କୋରିଆରେ ୬ ଜଣ ଲେଖାଏ ଆରପତି ମହିଳା ଥିବାରୁ ଦୁଇ ଦେଶ ତାଲିକାରେ ଅଷ୍ଟମ ସ୍ଥାନରେ ଥିବା ବେଳେ ଇସ୍ରାଏଲ୍ ଓ ତୁର୍କୀଏ ମିଳିତା ଭାବେ ତାଲିକାରେ ନବମ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦେଶରେ ୪ ଜଣ ଲେଖାଏ ଆରବପତି ମହିଳା ଅଛନ୍ତି।  

ସର୍ବାଧିକ ମହିଳା ଆରବପତି

{"width":836,"height":344}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.