ସ୍ଥାନାନ୍ତର ହେଲା ୟୁନିଟ- ୧ ହାଟ: ଲକ୍‌ଡାଉନ ସତ୍ତ୍ବେ ହାଟରେ ଲାଗୁଛି ଗହଳି

Published By : Prameya-News7 Bureau | March 26, 2020 IST

ଭୁବନେଶ୍ବର୨୬/୩: କରୋନା ପାଇଁ ସ୍ଥାନାନ୍ତର ହେଲା  ୟୁନିଟ- ୧ ହାଟ । ହାଟରେ ଲୋକଙ୍କ  ପ୍ରବଳ ଗହଳି ଯୋଗୁ ସ୍ଥାନାନ୍ତର କରିବାକୁ  ବାଧ୍ୟ ହୋଇଛି ବିଏମସି । ସେପଟେ ରାଜଧାନୀ ଲୋକଙ୍କ ସୁବିଧା ପାଇଁ ପନି ପରିବା,  ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀରକୁ ଭ୍ୟାନ ମାଧ୍ୟମରେ ଡେଲିଭରି କରିବାକୁ ଯୋଜନା କରାଯାଇଛି ।

ବିଏମସିକୁ କରୋନା ମୁକାବିଲା ଚିନ୍ତା । କାରଣ ଭୁବନେଶ୍ବରର କିଛି ବାସିନ୍ଦା ସାମଜିକ ଦୂରତ୍ବ ନିୟମକୁ  କଡାକଡି ପାଳନ ପାଳନ କରୁନାହାନ୍ତି । ଏଥିପାଇଁ  ବିଏମସି ମୁଣ୍ଡବିନ୍ଦା ବଢିଯାଇଛି । ବିଶେଷ କରି  ଭୁବନେଶ୍ବରରେ ଥିବା ହାଟ ଓ ରାସନ ଦୋକାନ ଗୁଡିକରେ ଭିଡ ଦେଖିବାକୁ ମଳିୁଛି । ସେଥିପାଇଁ  ହାଟ ଗଡିକୁ ସାମୟିକ ଭାବେ ଖୋଲା ସ୍ଥାନକୁ  ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ବିଏମସି ।

ପ୍ରଥମେ ୟୁନିଟ ୧  ହାଟକୁ ସ୍ଥାନନ୍ତର ଆରମ୍ଭ ହୋଇଛି । ଲକ ଡାଉନ୍‌ ସତ୍ବେ ବି  ୟୁନିଟ ୧ ହାଟରେ ହଜାର ହ​‌ଜାର ଲୋକ ରୁଣ୍ଡ ହେଉଥିବାରୁ ୟୁନିଟ ୧ ହାଟକୁ ୟୁନିଟ ୧ ହାଇସ୍କୁଲ ପଡିଆ ଓ ରାଜମହଲ ଛକକୁ ଉଠାଇ ନିଆଯାଇଛି । ସେପଟେ ୧୦  ମିଟର ଦୂରରେ  ବ୍ୟବସାୟ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଆବଶ୍ୟକ ପଡିଲେ  ଡେଲିଭରି ଭ୍ୟାନରେ  ପନି ପରିବା, ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କୁ ଡେଲିଭରି କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଆବଶ୍ୟକ ହେଲେ ରାସନ ଦୋକାନ ଗୁଡିକ ପାଳି କରି କିମ୍ବା ଅଲଗା ଅଲଗା ସମୟରେ ଖୋଲିବା ଉପରେ ବିଚାର କରୁଛି ବିଏମସି । ୟୁନିଟ-୧ ହାଟ ପରେ ରାଜଧାନୀର ଅନ୍ୟ ଜନଗହଳିପୂର୍ଣ୍ଣ ହାଟ ଗୁଡିକୁ ଅନ୍ୟତ୍ର ଉଠାଇ ନେବାକୁ ଯୋଜନା  କରୁଛି ବିଏମସି ।  

ହାଟକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର ପାଇଁ ବିଏମସି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବ୍ୟବସାୟୀ।  କରୋନା ମହାମାରୀ ରୋକିବା ଦିଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ମାନିବୁ ବୋଲି କହିଛନ୍ତି ବ୍ୟବସାୟୀ। ସେପଟେ  ବିଭିନ୍ନି ପ୍ରକାର ଡାଲି, ଖାଇବା ତେଲ, ଚିନି, ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଦର କିଲୋ ପିଛା ୫ରୁ ୧୦ ଟଙ୍କା ଅଧିକରେ ବିକ୍ରି କରାଯାଉଥିବା ନଜରକୁ ଆସିଛି । ଗାଡି ମୋଟର ଓ ପରିବହନର ଆଳ ଦେଖାଇ କିଛି ଲାଭଖୋର ବ୍ୟବସାୟୀ ଦାମ ବଢାଇଦେଇଛନ୍ତି । ଏହା ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି ଖାଉଟୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.