oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଏପରି ଦେଶପ୍ରେମୀ ‘ର’ ଗୁପ୍ତଚର, ମିସନ କାହାଣୀ ଆଜିବି ରୋମାଞ୍ଚିତ କରୁଛି ଲୋକଙ୍କୁ

22/01/2020 at 5:57 PM

ଏହା ଜଣେ ଭାରତୀୟ ଗୁପ୍ତଚରଙ୍କ ସତ୍ୟକାହାଣୀ । ର’ ଗୁପ୍ତଚର ଭାବେ ସେ କରିଥିବା କର୍ତ୍ତବ୍ୟ ଆଗରେ ଜେମସ ବଣ୍ଡ କାହାଣୀ ବି ଫିକା ଲାଗେ। ଦେଶ ଲାଗି ସବୁକିଛି ଉତ୍ସର୍ଗ କରିଦେଇଥିଲେ ଏହି ଅଣ୍ଡର କଭର ଏଜେଣ୍ଟ। ହେଲେ ପ୍ରତିବଦଳରେ କିଛି ବି ପାଇ ନାହାନ୍ତି ଏମିତି ଜଣେ ‘ର’ଏଜେଣ୍ଟ ହେଉଛନ୍ତି Black Tiger ଓରଫ ରବିନ୍ଦ୍ର କୌଶିକ୍। ତାଙ୍କୁ ଏହି ଉପାଧିରେ ଭୂଷିତ କରିଥିଲେ ଭାରତ ସରକାର। ପାକିସ୍ତାନରୁ ସେ ପ୍ରଦାନ କରୁଥିବା ପ୍ରତିଟି ଟପ୍ ସିକ୍ରେଟ୍ ଉପରେ ପଦକ୍ଷେପ ନେଉଥିଲେ ଭାରତୀୟ ସେନା ଠିକଣା ଜାଗାରେ ମାତ୍ ଖାଉଥିଲା ପାକିସ୍ତାନ।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜନ୍ମିତ ରବିନ୍ଦ୍ର କୌଶିକ ଥିଏଟର ପ୍ରତି  ପିଲାଟି ଦିନରୁ ଆକର୍ଷିତ ଥିଲେ। ସେ ନିଜର ଯୋଗ୍ୟତାକୁ ଜାତୀୟ ସ୍ତରରେ ପରିଚିତ କରାଇବା ଲାଗି ଲକ୍ଷ୍ନୌ ନାଟକ ସଭାରେ ତାଙ୍କ ନାଟକ ବି ମଞ୍ଚସ୍ତ କରିଥିଲେ। ଲକ୍ଷ୍ମୌରେ ଏକ ନାଟକ କାର୍ଯ୍ୟକ୍ରମରେ ଭାରତୀୟ ଗୁଇନ୍ଦା ବିଭାଗ  ‘ର’ ନଜର ପଡିଥିଲା ତାଙ୍କ ଉପରେ । ଜଣେ ଗୁପ୍ତଚରର ସମସ୍ତ ଲକ୍ଷଣ ତାଙ୍କଠାରେ ଥିଲା। ‘ର’ ଅଧିକାରୀମାନେ ତାଙ୍କୁ ଭେଟି ଗୁପ୍ତଚର ଭାବେ ପାକିସ୍ତାନ ଯିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ସେ ରାଜି ହେବାରୁ ତାଙ୍କୁ ଦେଶର ଶିର୍ଷ ଗୁଇନ୍ଦା ସଂସ୍ଥାରେ ନିଯୁକ୍ତ କରାଯିବା ସହ ରାଜଧାନୀ ଦିଲ୍ଲୀରେ  ୨ବର୍ଷକାଳ କଠିନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ପ୍ରଶିକ୍ଷଣରେ ତାଙ୍କୁ ଇସ୍ଲାମ ଧାର୍ମିକ ସହ ପାକିସ୍ତାନର ଭୁଗୋଳ ସହ ପରିଚିତ କରାଯାଇଥିଲା। ଶ୍ରୀଗଙ୍ଗାନଗର ବାସିନ୍ଦା ଭାବେ ପଞ୍ଜାବୀ ବୋଲି ବେଶ ଜାଣିଥିଲେ ରବିନ୍ଦ୍ର । ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ଲୋକେ ପଞ୍ଜାବୀ କହିଥାନ୍ତି। ଏଣୁ ପାକିସ୍ତାନରେ ତାଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସୁନିଶ୍ଚିତ ହେବା ପରେ ମାତ୍ର ୨୩ ବର୍ଷ ବୟସରେ ରବିନ୍ଦ୍ରଙ୍କୁ ୧୯୭୫ ମସିହାରେ ପାକିସ୍ତାନକୁ ଗୁପ୍ତ ମିସନରେ ପଠାଇ ଦିଆଯାଇଥିଲା।

ପାକିସ୍ତାନ ଯାଇ ସେଠାରେ ପାକିସ୍ତାନୀ ହୋଇଯାଇଥିଲା ରବିନ୍ଦ୍ର ଓରଫ ନବୀ ଅହମ୍ମଦ। ସେ ଉଚ୍ଚଶିକ୍ଷା ଲାଗି କରାଚୀ ୟୁନିଭର୍ସିଟିରେ ନାମ ଲେଖାଇବାକୁ ବି ସଫଳ ହୋଇଥିଲେ। ଏଠାରୁ ସେ ଆଇନରେ ସ୍ନାତକ ହାସଲ କରିବା ସହ ପାକିସ୍ତାନୀ ସେନାରେ ବି ନିଜକୁ ସାମିଲ କରିନେଇଥିଲେ। କେବଳ ଏତିକି ନୁହେଁ ପାକିସ୍ତାନ ସେନାରେ ପ୍ରମୋସନ ପାଇ ମେଜର ପଦବୀ ବି ଅଳଙ୍କୃତ କରିଥିଲେ । ଜନୈକ ସେନା ଅଧିକାରୀଙ୍କ ଝିଅ ଅମାନତକୁ ବିବାହ କରି ରବିନ୍ଦ୍ର ଗୋଟିଏ ପୁଅର ପିତାବି ହୋଇପାରିଥିଲେ।

୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ପାକ୍ ସେନା ଓ ସରକାର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ‘ର’କୁ ଦେଇଥିଲେ ରବିନ୍ଦ୍ର। ତାଙ୍କ ଗୁପ୍ତସୂଚନା ଉପରେ ପଦକ୍ଷେପ ନେଇ ଭାରତ ସବୁବେଳେ ପାକିସ୍ତାନ ସେନା ଉପରେ ଭାରିପଡୁଥିଲା। ଏପରିକି ପାକ୍‌ ସେନା ଅନେକ ଥର ଯୁଦ୍ଧଲାଗି ମଧ୍ୟ ପ୍ରସ୍ତୁତି କରିଥିଲା। ହେଲେ ରବିନ୍ଦ୍ରଙ୍କ ପୂର୍ବ ସୂଚନା ଯୋଗୁ ଉଦ୍ୟମ ବିଫଳ କରିଦେଉଥିଲା ଭାରତ । ତେବେ ୧୯୮୩ ମସିହା ରବିନ୍ଦ୍ର ଲାଗି ଏକ ବିପରୀତ ବର୍ଷ ସାବ୍ୟସ୍ତ ହୋଇଥିଲା। ପାକିସ୍ତାନରେ ରବିନ୍ଦ୍ର ଓରଫ ନବି ଅହମ୍ମଦଙ୍କ ସହ ସମ୍ପର୍କରେ ରହି କାମ କରିବା ଲାଗି ଭାରତ ଇନାୟତ ମସିହା ନାମକ ଅନ୍ୟ ଜଣେ ଗୁପ୍ତଚରକୁ ପାକିସ୍ତାନ ପଠାଇଥିଲା। ତେବେ ଇନାୟତ ସେଠାରେ ପାକ୍ ଗୁଇନ୍ଦାଙ୍କ ଦ୍ୱାରା ଧରାପଡିଯାଇଥିଲା।

ଦୀର୍ଘ ଜାତନା ପରେ ଇନାୟତ ମୁହଁ ଖୋଲିଦେଇଥିଲା। ନବି ମହମ୍ମଦ ଶାକିରର ବାସ୍ତବତା ଜାଣିଯାଇଥିଲେ ପାକ୍ ସରକାର । ତେବେ ଖସିଯିବା ଲାଗି ରବିନ୍ଦ୍ର ଉଦ୍ୟମ ବି କରିଥିଲେ। ହେଲେ କାହିଁକି କେଜାଣି ଗିରଫ ହେବାକୁ ଉଚିତ ମଣିଥିଲେ। ତାଙ୍କୁ ସିଆଲ କୋଟ୍ ଜେଲରେ ରଖାଯାଇଥିଲା। ସେଠାରେ ତାଙ୍କୁ ମଧ୍ୟ ଜାତନା ଦିଆଯାଇଥିଲା। ତେବେ ଦୀର୍ଘ ଜାତନାପରେ ବି ମାତୃଭୂମି ବିରୋଧରେ ମୁହଁ ଖୋଲିନଥିଲେ ରବିନ୍ଦ୍ର। ପାକ୍ ସୁପ୍ରିମ୍‌କୋର୍ଟ ତାଙ୍କୁ ଜାବଜ୍ଜୀବନ କାରାଦଣ୍ଡାଦେଶ କରିଥିଲେ। ଶିଆଲକୋଟ୍ ସମେତ କୋଟଲଖପତ, ମିଆଁବଲି ଓ ଦେଶର ଅନ୍ୟ ଜେଲମାନଙ୍କରେ ସେ ଦୀର୍ଘ ୧୬ ବର୍ଷ ବନ୍ଦୀ ଜୀବନ ବିତାଇଥିଲେ।  ୨୦୦୧ ମସିହାରେ ରବିନ୍ଦ୍ର ମୁଲତାନ କେନ୍ଦ୍ରୀୟ କାରାଗାରେ ବନ୍ଦୀ ଥିବା ବେଳେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁପରେ ବି ମାତୃଭୂମି ମାଟି ଜୁଟିନଥିଲା ଏହି ଗୁପ୍ତଚରଙ୍କ ଭାଗ୍ୟରେ ମୁଲତାନ ଜେଲ ପଛପଟେ କେଉଁଠି ତାଙ୍କୁ କବର ଦିଆଯାଇଥିଲା।

୧୯୮୩ ମସିହାରେ ରବିନ୍ଦ୍ର ପାକ୍ ସେନା ଦ୍ୱାରା ଗିରଫ ହେବା ପରେ ତାଙ୍କୁ ଭାରତରୁ କୌଣସି ସହାୟତା ପ୍ରାପ୍ତ ହୋଇପାରିନଥିଲା। ଏହି ଦୁର୍ଦ୍ଦାନ୍ତ ‘ର’ ଗୁପ୍ତଚର ଗିରଫ ହେବା ପରେ ଗୁପ୍ତରେ ଘରକୁ ଚିଠି ପଠାଇବାରେ ସଫଳ ହୋଇଥିଲେ। ତାଙ୍କ ପିତା ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଥିଲେ। ହେଲେ ସେ ମଧ୍ୟ ତାଙ୍କର କୌଣସି ସହାୟତା କରିପାରିନଥିଲେ। ନିଜର ଦେଶ, ଘର ଓ ପରିବାରଠୁ ଦୂରରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ସେ ପାକିସ୍ତାନରେ ଦୀର୍ଘ ୨୬ ବର୍ଷ ଅତିବାହିତ କରିଥିଲେ। ଏହା ବଦଳରେ ଭାରତ ସରକାର ରବିନ୍ଦ୍ରଙ୍କ ସମସ୍ତ ରେକର୍ଡ ନଷ୍ଟ କରିଦେବା ସହ ମାମଲାରେ ‘ର’କୁ ନିରବତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

କୁହାଯାଏ ୨୦୧୨ରେ ମୁକ୍ତିଲାଭ କରିଥିବା ବଲିଉଡ୍ ଫିଲ୍ମ ‘ଏକ ଥା ଟାଇଗର’ ରବିନ୍ଦ୍ରଙ୍କ ଜୀବନୀ ଆଧାରିତ ଥିଲା। ଯାହାର ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ସଲମାନ ଜଣେ ସଫଳ ଗୁପ୍ତଚର, ପ୍ରେମିକ ଓ ଦୁଃଶାହାସି ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇଥିଲେ। ଏହି ଫିଲ୍ମକୁ ପାକିସ୍ତାନରେ ବି ଜୋରଦାର ବିରୋଧ କରାଯାଇଥିବା ବେଳେ ରବିନ୍ଦ୍ରଙ୍କ ଭଣଜା ଫିଲ୍ମରେ ତାଙ୍କ ମାମୁଁଙ୍କୁ ଶ୍ରେୟ ଦେବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ।

   Related Posts