ଭାରତୀୟ ରିଆଲିଟି ସୋ’କୁ କପି କଲା ପାକିସ୍ତାନ୍ ! ଆରମ୍ଭ ହେବ ଶୋଏବ ମଲ୍ଲିକଙ୍କ ଫିଅର ଫ୍ୟାକ୍ଟର

Published By : Prameya-News7 Bureau | October 12, 2022 IST

ମୁମ୍ଵାଇ ୧୨।୧୦: ପାକିସ୍ତାନୀ ସିରିଏଲର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାକିସ୍ତାନ ନିଜର ଏକ ନୂଆ ରିଆଲିଟି ସୋ’ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଚଳଚ୍ଚିତ୍ର ପରେ ଏବେ ପୁଣି ପଡୋଶୀ ଦେଶ ଆମର ରିଆଲିଟି ସୋ’କୁ ମଧ୍ୟ କପି କରିବା ଆରମ୍ଭ କରିଛି । ବାସ୍ତବରେ, ଇଣ୍ଡିଆନ୍ ଷ୍ଟଣ୍ଟ ଆଧାରିତ ରିଆଲିଟି ସୋ’ ପରି, ଅଲ୍ଟିମେଟ୍ ମୁକାବଲା ନାମକ ଏକ ଷ୍ଟଣ୍ଟ୍ ସୋ ମଧ୍ୟ ପାକିସ୍ତାନରେ ଆରମ୍ଭ କରୁଛି।

ପ୍ରସିଦ୍ଧ କ୍ରିକେଟର ତଥା ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲ୍ଲିକ ପାକିସ୍ତାନର ଏହି ଷ୍ଟଣ୍ଟ ରିଆଲିଟି ସୋ’କୁ ହୋଷ୍ଟ କରିବେ। ଅକ୍ଟୋବର ୧୫ ରୁ ଏହି ସୋ’ ଆରମ୍ଭ ହେବ । ପାକିସ୍ତାନର ମନୋରଞ୍ଜନ ଏବଂ କ୍ରିକେଟ୍ ଜଗତର ୧୪ ଜଣ ସେଲିବ୍ରିଟି ଏହି ସୋ’ରେ ଅଂଶଗ୍ରହଣ କରିବେ ।ଏନେଇ ଶୋ’ର ସମସ୍ତ ତଥ୍ୟ ବାଣ୍ଟି ଏହାର ପ୍ରତିଯୋଗୀ ମରିୟମ ନଫିସ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଆମେ ଜୁନ୍ ଏବଂ ଜୁଲାଇରେ ଥାଇଲ୍ୟାଣ୍ଡରେ ଦି ଅଲ୍ଟିମେଟ୍ ମୁକାଟ୍ ଶୁଟ୍ କରିଛୁ।

ଶୋଏବ ମଲିକ ଏହି ସୋ’ର ଆୟୋଜନ କରୁଛନ୍ତି। ଏହା ସହିତ ସେ ଏହି ଶୋ’ରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ନାମ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଅଲ୍ଟିମେଟ ମୁକାବଲ ପାକିସ୍ତାନୀ ରିଅଲିଟି ସୋ ମ୍ୟାଡଭେଚର୍ସର ଏକ ନୂତନ ଭର୍ସନ। ହେଲେ ବର୍ତ୍ତମାନ ଏହି ସୋ’କୁ ଏକ ହାଇ ଲେବଲକୁ ନିଆଯାଇଛି। କୁହାଯାଉଛି କି ପାକିସ୍ତାନର ଏହି ସୋ’ ସବୁଠୁ ବଡ ରିଆଲିଟି ସୋ ଭାବରେ ପରିଗଣିତ ହୋଇଛି । ଭାରତୀୟ ରିଆଲିଟି ସୋ’ କପି କରିବା ପରେ ପାକିସ୍ତାନୀ ସୋ’ରେ କ’ଣ ରହିଛି ତାହା ଦେଖିବାକୁ ଆକର୍ଷଣୀୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.