ଦୀର୍ଘ ୧୦ ମାସ ଯୁଦ୍ଧରେ ଭୟଙ୍କର ପରିଣତି ଭୋଗିଲାଣି ଋଷ: ୧ ଲକ୍ଷ ଲୋକଙ୍କ ମୃତ୍ୟୁ, ୮ ହଜାରୁ ଅଧିକ ଯୁଦ୍ଧ ସାମଗ୍ରୀ ନଷ୍ଟ: ବିଟ୍ରେନ୍ର ରିପୋର୍ଟ
14/12/2022 at 6:16 PM

ନୂଆଦିଲ୍ଲୀ: ଦୀର୍ଘ ୧୦ ମାସ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଛି। ଏଥିରେ ଉଭୟ ପକ୍ଷରୁ କ୍ଷତି ହୋଇଥିବା ବେଳେ ଋଷର କ୍ଷୟକ୍ଷତି ଆକଳନ କରିଛି ବ୍ରିଟେନ୍। ୟୁକେ ପ୍ରତିରକ୍ଷା ମୁଖ୍ୟ ଋଷର ସାମରିକ କ୍ଷତି ନେଇ ଏକ ଆନୁମାନିକ ରିପୋର୍ଟ ଜାରି କରିଛନ୍ତି।
ଯୁଦ୍ଧରେ ଋଷର ଏକ ଲକ୍ଷ ଯବାନଙ୍କର ମୃତ୍ୟୁ ହୋଇଛି ନହେଲେ ସେମାନେ ଆହତ ହୋଇଛନ୍ତି ବୋଲି କହିଛନ୍ତି ବ୍ରିଟେନ୍ ପ୍ରତିରକ୍ଷ ସଚିବ ବେନ୍ ୱାଲେସ। ସୋମବାର ବ୍ରିଟେନ୍ ସଂସଦରେ ତଥ୍ୟ ରଖି ୱାଲେସ ଏହି ସୂଚନା ଦେଇଛନ୍ତି।
ତେବେ ବ୍ରିଟେନ୍ର ଏହି ରିପୋର୍ଟ ଆମେରିକାର ଆକଳନ ରିପୋର୍ଟ ସହ ମେଳ ଖାଉଛି। ନଭେମ୍ବର ମାସ ଆରମ୍ଭରେ ଆମେରିକା ସେନାର ଜଣେ ବରିଷ୍ଠ ଅଫିସର ସମାନ ରିପୋର୍ଟ ଦେଇଥିଲେ। ଋଷର ଏକ ଲକ୍ଷ ଯବାନ ମୃତ୍ୟୁ କିମ୍ବା ଆହତ ହୋଇଥିବା ଆମେରିକା ସେନା ଅଫିସର ମାର୍କ ମିଲ୍ଲେ କହିଥିଲେ। ଅନ୍ୟପଟେ ଋଷ ଆକ୍ରମଣ(ଫେବ୍ରୁଆରୀ ୨୪) କରିବା ପରଠାରୁ ୟୁକ୍ରେନ୍ର ମଧ୍ୟ କ୍ଷତି ସହିଥାଇପାରେ ବୋଲି ମିଲ୍ଲେ କହିଥିଲେ।
ହେଲେ ୟୁକେ ପ୍ରତିରକ୍ଷା ସଚିବ ୱାଲେସ ଉକ୍ତ ତଥ୍ୟକୁ ଆଉ ଟିକେ ଅପ୍ଡେଟ୍ କରି କହିଛନ୍ତି ଯେ ଯୁଦ୍ଧରେ ଋଷର ୪୫୦୦ ଯୁଦ୍ଧଯାନ, ୬୩ ଫିକ୍ସ ୱିଙ୍ଗ୍ ଏୟାର୍କ୍ରାଫ୍, ୭୦ ହେଲିକପ୍ଟର, ୧୫୦ ଚାଳକବିହୀନ ଡ୍ରୋନ୍ସ, ୧୨ ନାଭାଲ ଭେସେଲ୍ସ, ଏବଂ ୬୦୦ ଆର୍ଟିଲାରି ସିଷ୍ଟମ୍ ନଷ୍ଟ ହୋଇଛି। ତେବେ ସେ ଏହିସବୁ ଯୁଦ୍ଧାସ୍ତ୍ର ନିର୍ମାଣ ଓ ମଡେଲ୍ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ନାହାନ୍ତି।
ଅନ୍ୟପଟେ ଓପନସୋର୍ସ ଇଣ୍ଟେଲିଜେନ୍ସ ଅପରେସନ ଓରିକ୍ସ ଅନୁସାରେ, ଋଷ ସେନା ୮,୪୦୦ ଯୁଦ୍ଧଯାନ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଛି। ଏଗୁଡ଼ିକ ସବୁ ନଷ୍ଟ ହେଇଥାଇପାରେ, ଶତ୍ରୁ ପକ୍ଷ କବ୍ଜା କରିଥାଇପାରେ କିମ୍ବା ଋଷ ସେନା ଏହାକୁ ଛାଡ଼ି ପଳାଇଥାଇପାରେ। ୮୪୦୦ ଯୁଦ୍ଧସାମଗ୍ରୀ ମଧ୍ୟରୁ ଋଷ ୧୫୦୦ ଟ୍ୟାଙ୍କ, ୭୦୦ରୁ ଅଧିକ ଯୁଦ୍ଧଯାନ,୧୬୦ ମଲ୍ଟିପଲ ରକେଟ୍ ଲଞ୍ଚର ଏବଂ ପାଖାପାଖି ୩୦୦ ସେଲ୍ଫେ ପ୍ରୋପେଲ୍ଡ ଆର୍ଟିଲାରି ସିଷ୍ଟମ ହରାଇଛି ଋଷ।
ଅନ୍ୟପଟେ ଋଷ ଖାରଖିଭ୍ ପ୍ରଦେଶରେ ଆକ୍ରମଣ କରିବା ବେଳେ ବିପୁଳ ପରିମାଣରେ ଯୁଦ୍ଧାସ୍ତ୍ର ସହ ଗୋଳାବାରୁଦ ଛାଡିଯାଇଥିଲା। ଯୁକ୍ରେନ୍ର ଜବାବ ଆକ୍ରମଣରେ ଋଷ ସେନା କବ୍ଜା ସ୍ଥାନ ଛାଡ଼ି ଚାଲିଯାଇଥିଲେ।
ଯୁଦ୍ଧ ସାମଗ୍ରୀ ଓ ସେନାକୁ ଛାଡ଼ିଦେଲେ ଯୁଦ୍ଧରେ ଋଷର ଅଧିଗ୍ରହଣ ନେଇ ମଧ୍ୟ ସୂଚନା ଦେଇଛନ୍ତି ୱାଲେସ୍। ପ୍ରଥମ ଦିନରୁ ଋଷ ଯୁଦ୍ଧରେ ନିଜର ପ୍ରଥମ ଲକ୍ଷ ହାସଲ କରିବାରେ ବିଫଳ ହୋଇଛି। ଋଷ ରାଷ୍ଟ୍ରପତି ଭ୍ରାଦିମିର ପୁଟିନଙ୍କର ତିନିଦିନିଆ ଯୁଦ୍ଧ ଯୋଜନା ତାଙ୍କ ପାଇଁ ଏକ ଭୟଙ୍କର ବିପଦ ଆଣିଲା ବୋଲି ୱାଲେସ୍ କହିଛନ୍ତି।