ଜଣେ ଯୁବକଙ୍କୁ ଏକା ସଙ୍ଗେ ବର କରି ଦେଲେ ଦୁଇ ଭଉଣୀ, ଯୁକ୍ତି ଏମିତି ଦେଲେ ପରିବାର ଲୋକେ ବି ମନା କରି ପାରିଲେନି

Published By : Prameya-News7 Bureau | August 30, 2020 IST

ଇସଲାମାବାଦ ୩୦।୦୮:  ଆପଣ ବିଭିନ୍ନ ପ୍ରକାରର ବିବାହ ବିଷୟରେ ଶୁଣି ଥିବେ ଏବଂ ଦେଖି ମଧ୍ୟ ଥିବେ। ଆପଣ ଅନେକ ଥର ଶୁଣି ଥିବେ ଯେ କୌଣସି ପୁରୁଷଙ୍କ ଦୁଇ କିମ୍ବା ସେଥିରୁ ଅଧିକ ମହିଳାଙ୍କ ସହ ବିବାହ ହେଉଛି। ମାତ୍ର ପାକିସ୍ତାନରେ ନିକଟରେ ଏମିତି ଘଟଣା  ଭାଇରାଲ ହୋଇଛି ଯେଉଁଥିରେ ମାମଲା ଭିନ୍ନ ପ୍ରକାରର ରହିଛି।

ସୂଚନା ଅନୁଯାୟୀ ପାକିସ୍ତାନରେ ଦୁଇ ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିବାହ ସଂପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି ଏବଂ ଏହା କୌଣସି ପ୍ରେମ ବିବାହ ମଧ୍ୟ ନୁହେଁ। ଏହି ବାହାଘର ପାଇଁ ଦୁଇ ଯୁବତୀଙ୍କ ସହିତ ପରିବାର ଲୋକ ମଧ୍ୟ ନିଜର ସହମତି ପ୍ରଦାନ କରିଥିଲେ।

ଅଜହର ହାଇଦର ନାମକ ଏହି ଯୁବକଙ୍କ ପିଲା ବେଳୁ  ନିଜର କକାଙ୍କ ଝିଅ ହୁମୈରା କାସିମଙ୍କ ସହ ନିର୍ବନ୍ଧ ହୋଇଥିଲା। ମାତ୍ର ହାଇଦର ଯେବେ ବଡ ହେଲା ତେବେ ତାଙ୍କର ମାମୁଁଙ୍କ ଝିଅ ରୁମାନା ଅସଲମଙ୍କ  ସହ ପ୍ରେମ ସଂପର୍କ ରହିଥିଲା। ଏହି କାରଣରୁ ଅଜହରଙ୍କୁ ଏବେ ଦୁଇ ଭଉଣୀଙ୍କୁ ବିବାହ କରିବାକୁ ପଡିଛି।

ଝିଅଙ୍କ ପରିବାର ଲୋକ ବଡ ଧୂମଧାମର ସହିତ ଦୁଇ ଝିଅଙ୍କ ବିବାହ କରାଇଛନ୍ତି। ଉଲ୍ଲେଖନୀୟ ପାକିସ୍ତାନରେ କକାଙ୍କ ଝିଅକୁ ବିବାହ କରିବା ଏକ ପରମ୍ପରା। ଆମ ଦେଶରେ ମଧ୍ୟ ମୁସଲିମ ସଂପ୍ରଦାୟରେ କକା ଝିଅକୁ ବିବାହ କରିବା ପରମ୍ପରା ରହିଛି। ସୂଚନାଯୋଗ୍ୟ ଦୁଇ ଯୁବତୀ ସଂପର୍କରେ ଭଉଣୀ ଅଟନ୍ତି। ଜଣେ ଯୁବତୀ ମାମୁଙ୍କ ଝିଅ ହୋଇଥିବା ବେଳେ ଅନ୍ୟ ଯୁବତୀ କକାଙ୍କ ଝିଅ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.