କେନାଲ ଭିତରକୁ ପଶିଗଲା ଟ୍ରକ, ଜଣେ ଗୁରୁତର, ଅନ୍ୟ ଜଣେ ଚାପି ହୋଇ ରହିଥିବା ସନ୍ଦେହ

Published By : Prameya-News7 Bureau | February 05, 2023 IST

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସାରେଇ ଠାରେ ହାଇଲେବୁଲ କେନାଲ ଭିତରକୁ ଭାରସାମ୍ୟ ହରାଇ ପସିଗଲା ଟ୍ରକ। ଟ୍ରକରେ ଥିବା ଡ୍ରାଇଭର ଗୁରୁତର ହୋଇ ଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଟ୍ରକ ଆଉ ଜଣେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଟ୍ରକଟି ନାକପୋଲ ଅଭିମୁଖେ ଯାଉଥିବା ବେଳେ ହାଇ ଲେବୁଲ କେନାଲ ସାରେଇ ଠାରେ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.